କ୍ରୀଡ଼ା
ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା , ୨୪ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିରେ ହେବେ ମୁହାଁମୁହିଁ

ଚାମ୍ପିଅନ୍ସ ଟ୍ରଫିରେ ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମୁକାବିଲା । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ଉଭୟ ଦଳ ସେମିରେ ପ୍ରବେଶ କରିସାରିଥିଲେ ମଧ୍ୟ ଗ୍ରୁପ ‘ଏ’ ରେ ଶୀର୍ଷ ସ୍ଥାନ ପାଇଁ ହେବ ଜୋରଦାର ଫାଇଟ । ଅପରାହ୍ନ ୨ ଟା ୩୦ ସମୟରେ ମ୍ୟାଚ ଖେଳାଯିବ। ଚାମ୍ପିଅନ୍ସ ଟ୍ରପିରେ ୨୪ ବର୍ଷ ପରେ ଦୁଇ ଦଳ ପରସ୍ପରକୁ ଭେଟିବେ । ଆଜି ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ରାହୁଲଙ୍କ ବଦଳରେ ଋଷଭ, ଶାମିଙ୍କ ବଦଳରେ ଅର୍ଶଦୀପଙ୍କୁ ଏକାଦଶରେ ସ୍ଥାନ ମିଳିବା ଆକଳନ କରାଯାଉଛି । ସେହିପରି ରୋହିତ ଶର୍ମାଙ୍କ ବଦଳରେ ଦଳର ଅଧିନାୟକ ଦାୟିତ୍ୱ ନେଇପାରନ୍ତି ଶୁବମନ ଗିଲ୍ ।