ମନୋରଞ୍ଜନ

ସୁନା ସ୍ମଗଲିଂ ବେଳେ ଧରାପଡ଼ିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଅର୍ନ୍ତଜାତୀୟ ବିମାନବନ୍ଦରରୁ ଗିରଫ ହେଲେ ଅଭିନେତ୍ରୀ । ବିମାନବନ୍ଦରରେ ସୁନା ସ୍ମଗଲିଂ କରୁଥିବାବେଳେ ଧରାପଡିଛନ୍ତି କନ୍ନଡ ସିନେ ଅଭିନେତ୍ରୀ ରାନ୍ୟା ରାଓ । କଷ୍ଟମ ଡିପାଟମେଣ୍ଟର ଯାଞ୍ଚ ସମୟରେ ରାନ୍ୟାଙ୍କ ପୋଷାକୁ ସୁନା ବିସ୍କୁଟ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ତଲାସି ସମୟରେ ତାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା। ଏହା ପରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ କରାଯିବା ପରେ, ତାଙ୍କୁ ଅର୍ଥନୈତିକ ଅପରାଧ ଅଦାଲତରେ ହାଜର କରାଯାଇଥିଲା। ହାଜର ହେବା ପରେ ଅଭିନେତ୍ରୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ରାନ୍ୟା ଗତ ୧୫ ଦିନରେ ଚାରି ଚାରି ଥର ଦୁବାଇ ଯାଇଛନ୍ତି । ଆଉ ଏହା ହିଁ ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ଚମକାଇ ଦେଇଥିଲା । ଏହା ପରେ ରାନ୍ୟାଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲା ଡିଆରଆଇ। ଆଉ ମିଳିଥିବା ପୂର୍ବ ସୂଚନା ଅନୁସାରେ ରାନ୍ୟା ଦୁବାଇରୁ ବିପୁଳ ସୁନା ନେଇ ବେଙ୍ଗାଲୁରୁ ଆସିବା ବେଳେ ଡିଆରଆଇ ହାତରେ ଧରା ପଡ଼ିଛନ୍ତି । ୧୪.୮ କେଜି ସୁନା ଜବତ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ୧୨ କୋଟି ଟଙ୍କା ହେବ । ଅଭିନେତ୍ରୀ ରାନ୍ୟା ରାଓ ହେଉଛନ୍ତି ଆଇପିଏସ୍‌ ରାମଚନ୍ଦ୍ର ରାଓଙ୍କ ଝିଅ । ରାମଚନ୍ଦ୍ର ଏବେ କର୍ଣ୍ଣାଟକ ପୋଲିସର ହାଉସିଂ କର୍ପୋରେସନ୍ ଡିଜିପି ଅଛନ୍ତି । ରାନ୍ୟା ଗିରଫ ପରେ ଏବେ ଆଇପିଏସ୍‌ ବାପା ବି ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ ସ୍କାନରକୁ ଆସିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com