Breaking NewsFeaturedରାଜନୀତି

ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବାସ ଭବନର ଠିକଣା

ଭୁବନେଶ୍ୱର: ବିଜେପି ସରକାରର ୮ ମାସ ପରେ ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ନୂଆ ସରକାରୀ ବାସ ଭବନରେ ଗୃହ ପ୍ରବେଶ କରିଛନ୍ତି । ଏଣିକି ଲୋୟର ପିଏମଜି ନୁହେଁ ରାଜ ଭବନ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ସପରିବାର ସହ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସକାଳ ୧୦ ଟା ୪୭ ସମୟରେ ଗୃହ ପ୍ରବେଶର ଶୁଭ ସମୟ ଥିବା ବେଳେ ବୈଦିକ ରୀତି ନୀତିରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ଜଗନ୍ନାଥ ମନ୍ଦିରର ପୂଜକ ମାନେ ବେଦ ପାଠ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରାୟ ୧୧ ଜଣ ପଣ୍ଡିତ। ପ୍ରଥମ ଗୋ ମାତା ନନ୍ଦା ଓ ନନ୍ଦିନୀଙ୍କ ପ୍ରବେଶ ପରେ ନୂଆ ବାସ ଭବନରେ ପାଦ ପକେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସପରିବାର।

Related Articles

Back to top button
WP Twitter Auto Publish Powered By : XYZScripts.com