Breaking NewsFeaturedଓଡ଼ିଶା
ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ଭୁବନେଶ୍ୱର: ରାଜ୍ୟରେ ବଡ଼ ଧରଣର ଅଦଳବଦଳ । ଶାସନ କଳରେ ହୋଇଛି ପରିବର୍ତ୍ତନ । ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା । ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିବ । ପୂର୍ବତନ ଡିଜିପି ଭାବେ ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ମଧୂସୁଦନ ପାଢୀ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଆର ଏସ ରାଜଗୋପାଲନ ଏହି ବିଭାଗର ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱରେ ଥିଲେ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଏହି ଦୁଇ ବରିଷ୍ଠଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତେବେ ସେମାନଙ୍କ ବଦଳି ତଥା ନୂଆ କାର୍ଯ୍ୟଭାର ଦେବା ପରେ ରାଜ୍ୟ ଶାସନ କଳରେ କେଉଁ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିବ ତାହାକୁ ଅପେକ୍ଷା ।