
ଭୁବନେଶ୍ୱର: ଆରମ୍ଭରୁ ସରଗରମ ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା ଓ ହଟ୍ଟଗୋଳ ମଧ୍ୟରେ ଉଠୁଛି ପଡୁଛି ବିଧାନସଭାର ବଜେଟ ଅଧିବେଶନ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ବିରୋଧ ପ୍ରଦର୍ଶନ କରିଥିଲେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି । ନାରୀ ନିର୍ଯାତନା ଓ ସୁରକ୍ଷାକୁ ନେଇ କରିଥିଲେ ବିରୋଧ । ଗୃହ ଭିତରେ ହଙ୍ଗାମା ଚାଲିଥିବା ସତ୍ତ୍ୱେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ।