
ଭୁବନେଶ୍ୱର: ଆଜି ବି ସରଗରମ ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଉଠିଲା ବିରୋଧର ସ୍ୱର । ଗୃହ ଆରମ୍ଭରୁ ପ୍ରଶ୍ନକାଳରେ ଜଳସେଚନ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଆଲୋଚନା ଆରମ୍ଭ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ । କିନ୍ତୁ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟ ନାରାବାଜି ଆରମ୍ଭ କରି ଦେଇଥିଲେ । ପୋଲାଭରମ ପ୍ରସଙ୍ଗରେ ଗୃହରେ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ । ପୋଲାଭରମ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବି ପ୍ରସ୍ତାବ ଦେଇଥିଲା ବିଜେଡି । ଯାହାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି । ଆଲୋଚନା ଦାବିରେ ବିଜେଡି ପ୍ରତିବାଦ କରିଥିଲା । ଶେଷରେ ବାଧ୍ୟ ହୋଇ ବାଚସ୍ପତି ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।