Featuredଓଡ଼ିଶା

ଅଚଳ ହୋଇଯିବ ବ୍ୟାଙ୍କ ସେବା; ଧର୍ମଘଟ ଡାକରା ଦେଲେ ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ଶୀଘ୍ର ସାରିଦିଅନ୍ତୁ ବ୍ୟାଙ୍କ କାମ । ଅଚଳ ହୋଇଯିବ ବ୍ୟାଙ୍କ ସେବା । ଧର୍ମଘଟରେ ବସିବେ ବ୍ୟାଙ୍କ କର୍ମଚାରୀ । କାରଣ ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ କର୍ମଚାରୀ ସଂଘ । ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି । ଏହାପରେ ଦୁଇଦିନ ଆନ୍ଦୋଳନ ଡାକରା ଦେଇଛନ୍ତି ବ୍ୟାଙ୍କ୍‌ କର୍ମଚାରୀ । ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ । ମୋଟ ୯ଟି ଦାବି ନେଇ ଏହି ଧର୍ମଘଟ କରିବ ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ । ବ୍ୟାଙ୍କିଂ କ୍ଷେତ୍ରରେ ୫ ଦିନର କାର୍ୟ୍ୟ ସପ୍ତାହ ପାଇଁ ଦାବି କରାଯାଇଛି । ସମସ୍ତ କ୍ୟାଡରରେ ପର୍ୟ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି କରାଯାଇଛି । ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ଏହି ବନ୍ଦ ଡାକରା ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com