
ଭୁବନେଶ୍ୱର: ସରିଲା ନିଲମ୍ବନ । ଆଜି ବିଧାନସଭା ଯିବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ଶେଷ ହୋଇଛି । ତେବେ ବିଧାନସଭାରେ ଆଜି କ’ଣ ରହିବ ତାରାଙ୍କ ଆଭିମୁଖ୍ୟ, ତା ଉପରେ ସମସ୍ତଙ୍କ ନଜର ରହିଛି । ଗତ ୧୧ ତାରିଖରେ ବିଧାନସଭାରେ ବିଶୃଙ୍ଖଳା କରିବା ଅଭିଯୋଗରେ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବିତ କରିଥିଲେ ବାଚସ୍ପତି ସୁରମା ପାଢୀ ।