
ମୟୂରଭଞ୍ଜ: ବନ୍ଦ ରହିବ ଶିମିଳିପାଳ । ବର୍ଷା ପାଇଁ ଦୁଇ ଦିନ ଶିମିଳିପାଳ ବନ୍ଦ । ୨୨ ଓ ୨୩ ତାରିଖରେ ବନ୍ଦ ରଖିବାକୁ ନିଆଯାଇଛି ନିଷ୍ପତି । ପାଣିପାଗ ପକ୍ଷରୁ ଦିଆଯାଇଥିବା ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ । ତେବେ କାଳବୈଶାଖି ନେଇ ଆଗରୁ ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ । ଏବଂ ଆଜି ସକାଳୁ ହିଁ ପାଗରେ ଦେଖିାଦେଇଛି ପରିବର୍ତ୍ତନ । ଆକାଶରେ ମେଘୁଆ ପାଗ ଥିବା ବେଳେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଶିମିଳିପାଳ ଆସିବାକୁ ବାରଣ କରାଯାଇଛି । ପାଗ ସ୍ୱାଭାବିକ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଶିମିଳିପାଳ।