Featuredଜାତୀୟମନୋରଞ୍ଜନ

ସଂସଦରେ ସ୍କ୍ରିନଂ ହେବ ଛାବା; ଫିଲ୍ମ ଦେଖିବେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ସାଂସଦ

ନୂଆଦିଲ୍ଲୀ: ସଂସଦରେ ଚାଲିବ ଭିକି କୌଶଲଙ୍କ ଫିଲ୍ମ । ପ୍ରଧାନମନ୍ତ୍ରୀ ଦେଖିବେ ଛାବା ଫିଲ୍ମ । ଭିକି କୌଶଲ ଏବଂ ରଶ୍ମିକା ମନ୍ଦନାଙ୍କ ଚଳଚ୍ଚିତ୍ର ଛାବା ଗୁରୁବାର ଦିନ ବାଲଯୋଗୀ ଅଡିଟୋରିୟମରେ ସ୍ଥିତ ସଂସଦ ଲାଇବ୍ରେରୀ ବିଲଡିଂରେ ପ୍ରଦର୍ଶିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ସ୍କ୍ରିନିଂରେ ସାମିଲ ହେବେ। କେବଳ ଏତିକି ନୁହେଁ, ସମ୍ଭାଜି ଭୂମିକାରେ ଅଭିନୟ କରୁଥିବା ଭିକିଙ୍କ ସମେତ ଛାଭାର ସମସ୍ତ କାଷ୍ଟ ଏବଂ କ୍ରୁମାନେ ମଧ୍ୟ ସାମିଲ ହୋଇପାରନ୍ତି। ଏହି ଫିଲ୍ମ ୨୭ ମାର୍ଚ୍ଚ ୨୦୨୫ ରେ ପ୍ରଦର୍ଶିତ ହେବ । ସାରା ବିଶ୍ଵରେ ଏହାର ଆୟ ପ୍ରାୟ ୮୦୦ କୋଟିରେ ପହଞ୍ଚିବ ।
ଏହାପୂର୍ବରୁ ଡିସେମ୍ବର ୨୦୨୪ରେ ଫିଲ୍ମ ସାବରମତି ରିପୋର୍ଟ ମଧ୍ୟ ସଂସଦରେ ପ୍ରଦର୍ଶିତ ହୋଇଥିଲା। ଏହି ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ପିଏମ ମୋଦି ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଟ୍ୱିଟରରେ ଫିଲ୍ମ ବିଷୟରେ ପୋଷ୍ଟ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com