Featuredଓଡ଼ିଶା

କଇଁଛଙ୍କ ଆଗମନର ସଂଖ୍ୟାରେ ଓଡ଼ିଶାର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ପୁଣି ରେକର୍ଡ ସୃଷ୍ଟି କଲା ଓଡ଼ିଶା । ରାଜ୍ୟରେ ସର୍ବାଧିକ ଅଛି କଇଁଛଙ୍କ ସଂଖ୍ୟା । କଇଁଛ ଗଣନା ପରେ ସାମ୍ନାକୁ ଆସିଛି ତଥ୍ୟ । ଗ୍ରୀଷ୍ମ ପ୍ରବାହରେ ଓଡ଼ିଶାରେ କଇଁଛଙ୍କ ଆଗମନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି।
ପିସିସିଏଫ୍‌ଙ୍କ ତଥ୍ୟ ଅନୁଯାୟୀ, ୨୦୨୦-୨୧ ବର୍ଷରେ ରାଜ୍ୟରେ ଗହୀରମଥାରେ ୩.୫୦ଲକ୍ଷ କଇଁଛଙ୍କ ସମାଗମ ହୋଇଥିବାବେଳେ ୨୦୨୧-୨୨ରେ ୧୦.୫୧ଲକ୍ଷ, ୨୦୨୨-୨୩ରେ ୧୧.୪୯ଲକ୍ଷ କଇଁଛଙ୍କ ସମାଗମ ହୋଇଥିଲା। ୨୦୨୩-୨୪ବର୍ଷ ତୁଳନାରେ ଚଳିତବର୍ଷ ୫ଗୁଣ ଅଧିକ ଆସିଛନ୍ତି। ତେବେ ଗତବର୍ଷ ମାତ୍ର ୩.୦୧ଲକ୍ଷ କଇଁଛ ଆସିଥିବା ବେଳେ ଚଳିତବର୍ଷ ଗହୀରମଥାରେ ୬ଲକ୍ଷ ୭ହଜାର, ଋଷିକୁଲ୍ୟାରେ ୬.୯୯ଲକ୍ଷ ଏବଂ ଅନ୍ୟାନ୍ୟ ସ୍ଥାନରେ ଅବଶିଷ୍ଟ ୨.୦୫ ଲକ୍ଷ କଇଁଛଙ୍କ ସମାଗମ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com