Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା
ମହାବିଷୁବ ପଣା ସଂକ୍ରାନ୍ତିରେ ଘରେ ଘରେ ଜମୁଛି ପଣାର ଆସର

ଭୁବନେଶ୍ୱର: ଆଜି ପବିତ୍ର ପଣା ସଂକ୍ରାନ୍ତି । ମହାବିଷୁବ ପଣା ସଂକ୍ରାନ୍ତିରେ ଘରେ ଘରେ ପଣାର ଆସର । ଆଜି ଓଡ଼ିଆ ନବବର୍ଷ । ଆଜି ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ଶୁଭାରମ୍ଭ ହେବ। ପଣା ସଂକ୍ରାନ୍ତିକୁ ଓଡ଼ିଶାବାସୀ ଭିନ୍ନ ଭିନ୍ନ ନାମରେ ପାଳନ କରିଥାନ୍ତି । ଦକ୍ଷିଣ ଓଡ଼ିଶାରେ ଝାମୁଯାତ, ମେରୁଯାତ ଏବଂ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ବେଶ୍ ଧୁମଧାମ୍ରେ ପାଳିତ ହୁଏ । ଦଣ୍ଡପାଟୁଆ ମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିଥାନ୍ତି । ପଣା ସଂକ୍ରାନ୍ତିରେ ଓଡ଼ିଆ ଘରେ ହୋମ, ପୂଜା ଆଦି କରାଯାଇ ଈଶ୍ୱରଙ୍କୁ ଆରାଧନା କରାଯାଇଥାଏ ।