
ଭୁବନେଶ୍ୱର : ପହଲଗାମ୍ ଆତଙ୍କୀ ହମଲା ପରେ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ରହିଥିବା ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି ।
ଖାଲି ଓଡ଼ିଶା ନୁହେଁ ସାରା ଦେଶରେ ଏବେ ଆଲର୍ଟରେ ରହିଛି । ପୋଲିସ, ସୀମା ସୁରକ୍ଷା ବାହିନୀ, ଏନଆଇଏ ଆଦି ଅଧିକ ସଜାଗ ହୋଇ ଉଠିଛନ୍ତି । ତେବେ ରାଜ୍ୟରେ ଯେପରି କୌଣସି ଅନୁପ୍ରବେଶ ହୋଇନପାରିବ ତଥା ଅନୁପ୍ରବେଶକାରୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।