ଓଡ଼ିଶାଜାତୀୟବାଣିଜ୍ୟ

୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

ପୁରୀ : ଖାତାକୁ ଆସିଲା ସୁଭଦ୍ରା ଟଙ୍କା । ପ୍ରଥମ ୨ଟି କିସ୍ତି ବାବଦକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରଦାନ କରାଯାଇଛି । ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଆବେଦନ କରିଥିବା ମହିଳାଙ୍କୁ ଏହି ଅର୍ଥରାଶି ମିଳିଛି । ଷଷ୍ଠ ପର୍ୟ୍ୟାୟରେ ସୁଭଦ୍ରା ଯୋଜନାର ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ଦିଆଯାଇଛି ୨୦୦ କୋଟିର ସିଧାସଳଖ ଆର୍ଥିକ ସହାୟତା  ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ମହିଳା ସଶକ୍ତ ହେଲେ, ବ୍ୟବସ୍ଥା ସୁଦୃଢ଼ ହେଲେ ଦେଶର ବିକାଶ ହେବ। ସୁଭଦ୍ରା ଟଙ୍କା ମହିଳାଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହିତ ସେମାନଙ୍କୁ ଛୋଟ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିବ।

ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କାର ପର୍ୟ୍ୟନ୍ତ ସବସିଡି ପ୍ରଦାନ କରାଯିବା ସହିତ ଇ-ପଞ୍ଚାୟତ ସଭା ପୋର୍ଟାଲର ଉନ୍ମୋଚନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com