ଓଡ଼ିଶା

ଜୁଲାଇ ଶେଷ ସପ୍ତାହରେ ଯୁକ୍ତ୨ ରେଜଲ୍ଟ, ଖୁବଶୀଘ୍ର ଘୋଷଣା ହେବ ତାରିଖ

ଭୁବନେଶ୍ୱର: ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଖୁବଶୀଘ୍ର ବୋର୍ଡ ପକ୍ଷରୁ ତାରିଖ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଏପ୍ରିଲ୍‌ ୨୮ ତାରିଖରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହୋଇଥିଲା । ଚଳିତ ବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୭ ଓ ବାଣିଜ୍ୟରେ ୨୪ ହଜାର ୧୩୬ ଏବଂ ଧନ୍ଦାମୂଳକରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ । କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ତେବେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଶେଷ ପର୍ଯ୍ୟାୟ ପହଞ୍ଚିଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରେଜଲ୍ଟ ପ୍ରକାଶ ତାରିଖ ଘୋଷଣା ହେବ । ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com