ଓଡ଼ିଶାଶିକ୍ଷା

୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି: ମୋହନ

ପୁରୀ : ୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି ଯୋଗାଇ ଦେବାକୁ ଆମେ ପ୍ରତିଶୃତିବଦ୍ଧ । ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ମତରେ ଗ୍ରାମାଞ୍ଚଳର ଅନେକ ଲୋକ ଏବେ ମଧ୍ୟ ପିଇବା ପାଣି, ବିଦ୍ୟୁତ ଯୋଗାଣ, ପକ୍କା ଘର ଏବଂ ଗାଁକୁ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ। ୧୨ ଜୁନ ୨୦୨୪ରେ ଶପଥ ଗ୍ରହଣ ପରେ, ଆମ ସରକାର ଗାଁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗାଁମାନଙ୍କରେ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ୧୦,୦୦୦ କୋଟି ଟଙ୍କା ବରାଦ କରିଛି । ସରକାର ୨୦୨୬ ସୁଦ୍ଧା ପ୍ରତ୍ୟେକ ଗାଁକୁ ପିଇବା ପାଣି ଏବଂ ରାସ୍ତା ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି । ପୁରୀରେ ଜାତୀୟ ପଞ୍ଚାୟତିରାଜ ଦିବସର ରାଜ୍ୟସ୍ତରୀୟ ଉତ୍ସବରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏହା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com