ଜାତୀୟଶିକ୍ଷା

ଘୋଷଣା ହେଲା ୟୁଜିସି ନିଟ୍ ପରୀକ୍ଷା ତାରିଖ

ଘୋଷଣା ହେଲା ନିଟ୍‌ ପରୀକ୍ଷା ତାରିଖ । ଜୁଲାଇ ଓ ଅଗଷ୍ଟ ମାସରେ ପରୀକ୍ଷା ହେବା ନେଇ National Testing Agency ପକ୍ଷରୁ ସୂଚନା ଦିଆଯାଇଛି । ୟୁଜିସି ନିଟ୍‌ ଡିସେମ୍ବର ୨୦୨୧ ଓ ଜୁନ୍ ୨୦୨୨ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ NTAର ୱେବସାଇଟକୁ ଯାଇ ପ୍ରକାଶ ପାଇଥିବା ବିଜ୍ଞପ୍ତି ଦେଖିପାରିବେ ।  ଜୁଲାଇ ମାସର ୮,୯,୧୧,୧୨ ତାରିଖ ଏବଂ ଅଗଷ୍ଟ ମାସର ୧୨,୧୩, ୧୪ ତାରିଖରେ ‘ୟୁଜିସି ନିନିଟ୍‌ ୨୦୨୨’ ପରୀକ୍ଷା ହେବ । ପରୀକ୍ଷା ସମ୍ପର୍କୀତ ଅପଡେଟ୍ ଜାଣିବା ପାଇଁ ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ www.nta.ac.in କିମ୍ୱା ugcnet.nta.nicକୁ ଯାଇ ଯାଂଚ କରିବାକୁ NTA ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ପରୀକ୍ଷାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ ଥିଲେ ହେଲ୍ପଡେକ୍ସ ନଂ 011 40759000 କୁ ଯେଗାଯୋଗ କରିପାରିବେ । ଏହା ବ୍ୟତୀତ ପ୍ରାର୍ଥୀମାନେ [email protected]କୁ ମେଲ୍ ମାଧ୍ୟମରେ ନିଜ ଦ୍ୱନ୍ଦ ବିଷୟରେ ଜଣାଇ ପାରିବେ । ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦିସ୍ କୁମାର ଏହି ସୂଚନା ଦେବା ସହ ପ୍ରାର୍ଥୀମାନଙ୍କୁ ଶୁଭକାମନା ଜଣାଇଛନ୍ତି ।  UGC NET ୨୦୨୨ ପାଇଁ ଆବେଦନ ସମୟ ସୀମା ୨୦ ମେ ଥିବାବେଳେ କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୨୦୨୧ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com