ଓଡ଼ିଶା
୫୦ ହଜାର ଦିଅ, ୩ ଲକ୍ଷ ଟଙ୍କା ନିଅ

ପୁରୀ : ଟଙ୍କା କାରବାର ବେଳେ ଧରିଲେ ଗାଁ ଲୋକ । ନକଲି ଟଙ୍କା କାରବାର ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପୋଲିସ ହାତରେ ଦେଇଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ସାଧପଡା ଗ୍ରାମରେ ।
ଘଟଣାନୁସାରେ ସାଧପଡ଼ା ଗାଁକୁ ୩ ଜଣ ବ୍ୟକ୍ତି ରାତିରେ ଆସି ଲୋକଙ୍କୁ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ଏହା ବଦଳରେ କିଛି ଘଣ୍ଟାରେ ୩ ଲକ୍ଷ ଟଙ୍କା ମିଳିବ ବୋଲି ଲୋଭ ଦେଖାଇଥିଲେ । ଯେଉଁଥିପାଇଁ ଲୋକଙ୍କ ସନ୍ଦେହ ହୋଇଥିଲା। ଫଳରେ ଉକ୍ତ ଅଭିଯୁକ୍ତମାନଙ୍କୁ ଗାଁ ଲୋକେ ଘେରି ପୋଲିସକୁ ଜଣାଇଥିଲେ । ଡେଲାଙ୍ଗ ପୋଲିସ ସେମାନଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ଟଙ୍କା ଗଣତି ମେସିନ ଓ ଟଙ୍କା ଛପା ପେପର ଏବଂ ଗାଡି ଜବତ କରିଛି ।