ଓଡ଼ିଶାଜାତୀୟସ୍ୱାସ୍ଥ୍ୟ

ଆସନ୍ତାକଲି ଅପରାହ୍ଣ ୪ଟାରେ ଓଡ଼ିଶାରେ ମକ୍ ଡ୍ରିଲ

ଭୁବନେଶ୍ୱର :  ଆସନ୍ତାକାଲି ହେବ ମକ୍ ଡ୍ରିଲ୍ । ସାରା ଦେଶରେ ଏହା କରିବାକୁ ଭାରତ ସରକାର ଆଦେଶ ଦେଇଛନ୍ତି ।  ମେ’ ୭ ତାରିଖ ଦେଶର ୨୪୪ଟି ଜିଲ୍ଲାରେ ମକ୍ ଡ୍ରିଲ କରାଯିବ । ଯେଉଁଥିରେ ଓଡ଼ିଶାର ୧୨ଟି ଜିଲ୍ଲା ସାମିଲ ରହିଛି। ଏନେଇ ଆଜି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଓଡ଼ିଶାରେ ମକ୍ ଡ୍ରିଲ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି।

ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କେବଳ ସେନା ଓ ସରକାର ନୁହେଁ, ବରଂ ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ୍। ଏଭଳି ପରିସ୍ଥିତିରେ ଭୟଭୀତ ନ ହୋଇ ସଜାଗ ରହି ସାମ୍ନା କରିବାକୁ ପଡ଼ିବ। ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ମୁକାବିଲା ପାଇଁ ଆଡଭାଇଜରି ମଧ୍ୟ ଆସିବ। ଏଥିସହିତ ଆଗକୁ ଗାଁରେ ବି ମକ୍ ଡ୍ରିଲ୍ କରାଯିବ। ଏହା ୭ ଦିନ ଧରି ଚାଲିବ। ମକ୍ ଡ୍ରିଲ ସମୟରେ ୫ ମିନିଟ୍ ଧରି ବାଜିବ ସାଇରନ୍। ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଗୃହ ସଚିବ ସତ୍ୟବ୍ରତ ସାହୁ ଆଲୋଚନା କରିଛନ୍ତି।

ମକ୍ ଡ୍ରିଲ୍ ଅଭ୍ୟାସର ଲକ୍ଷ୍ୟ ହେଉଛି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ପ୍ରତିରକ୍ଷା ଯନ୍ତ୍ରପାତିଗୁଡ଼ିକର ପ୍ରସ୍ତୁତି ମୂଲ୍ୟାଙ୍କନ ଏବଂ ବୃଦ୍ଧି କରିବା। ଏୟାର ଷ୍ଟ୍ରାଇକ୍ ଅଥବା ବିଦେଶୀ ଶତ୍ରୁର ଆକ୍ରମଣ ସମୟରେ ନିଜକୁ ସୁରକ୍ଷିତ ସ୍ଥାନରେ କିପରି ରହିବାକୁ ପଡ଼ିବ, ଏଥିପାଇଁ ପ୍ରସ୍ତୁତି ହେବ। ଲୋକଙ୍କୁ ସଚେତନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ।  ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା  ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଯେଉଁଥିପାଇଁ ଏପରି ପଦକ୍ଷେପ ନେଇଛନ୍ତି ଭାରତ ସରକାର । ବୁଧବାର ୪ଟାରେ ମକ୍ ଡ୍ରିଲ୍ ଆରମ୍ଭହେବ । ପ୍ରଥମ ସାଇରନ ବାଜିଲେ ଡ୍ରିଲ ଆରମ୍ଭ ହେବ ଏବଂ ଆଉଥରେ ବାଜିଲେ ଶେଷ ହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com