ଓଡ଼ିଶା
ରଥଯାତ୍ରା ପାଇଁ ପୁରୀରେ ତିବ୍ର ପ୍ରସ୍ତୁତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ

ପୁରୀ,୨୬।୫: ଏହି ବର୍ଷ ରଥଯାତ୍ରାକୁ ଉତ୍ସବମୟ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ସେହିପରି ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଓ NDA ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିମନ୍ତ୍ରଣ ପାଇଛନ୍ତି। ଏହା ସଂପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥ୍ୟ ଦେଇଛନ୍ତି।
ଅନ୍ୟପକ୍ଷେ ରଥଯାତ୍ରା ପାଇଁ ପୁରୀ ଚଳଚଞ୍ଚଳ ହୋଇ ଉଠିଛି। ରଥଖଳାରେ ମହାରଣା ସେବାୟତ ମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି। ଏକ ପ୍ରକାର ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ବିଭିନ୍ନ ସ୍ଥାନରୁ ରଥ କାଠ ମଧ୍ୟ ପହଞ୍ଚିଥିବା ଦେଖିବାକୁ ମିଳୁଛି ।