ଜାତୀୟଜୀବନଶୈଳୀବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ ୧୫ ଦିନିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ।

ନୂଆଦିଲ୍ଲୀ ୨୯ / ମେ : ବିକଶିତ କୃଷି ସଂକଳ୍ପ ଅଭିଯାନ ପାଇଁ ବିଭିନ୍ନ ରାଜ୍ୟ ଗ୍ରସ୍ତ କରିବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏହି ଅଭିଯାନ ପାଇଁ ସେ ପ୍ରଥମେ ଓଡିଶାରୁ ଯାତ୍ରା ଆରମ୍ଭ କରିବେ । ସେ ତାଙ୍କ ପ୍ରଥମ ଅଭିଯାନରେ ଗୁରୁବାର ତଥା ୨୯ ମଇ ରେ ଓଡିଶା ଗସ୍ତରେ ଆସିଛନ୍ତି ଏବଂ ପରେ ସେ ଅନ୍ୟ ରାଜ୍ୟ ଗସ୍ତରେ ମଧ୍ୟ ଯିବେ । ଏହି ଗ୍ରସ୍ଥ ଗୁଡିକର ଅନ୍ୟ ଏକ ଲକ୍ଷ ରହିବ “ଏକ୍ ପେଡ୍ ମା କେ ନାମ” ନାମକ ଆଉ ଏକ ଅଭିଯାନର ଆରମ୍ଭ କରିବା ଆଉ ଗଛ ଲଗେଇବା ପାଇଁ ଲୋକଙ୍କୁ ପ୍ରେରଣା ଦେବା । ବିକଶିତ କୃଷି ସଂକଳ୍ପ ଅଭିଯାନ ମାଧ୍ୟମରେ ସେ କୃଷକ ମାନଙ୍କୁ କେମିତି ଲାଭ ହେବ ସେ କେମିତି ଭଲ ଉତ୍ପାଦରୁ ରୋଜଗାର କରିବେ ସେଥି ନିମନ୍ତେ ପଦକ୍ଷେପ ନେବେ ଓ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏହି ଅଭିଯାନ ଦ୍ୱାରା ଚାଷଜମି ଗୁଡିକରେ ଲ୍ୟାବ୍ ରିସର୍ଚ୍ଚ କାର୍ଯକାରୀ ହେବ ଏବଂ ବୈଜ୍ଞାନିକ ମାନେ ଗାଁ ଗାଁ ବୁଲି ସିଧାସଳଖ କୃଷି ମାନଙ୍କ ସହ ଆଲୋଚନା କରି ପରାମର୍ଶ ଦେବେ । କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ କେନ୍ଦ୍ରମନ୍ତ୍ରୀ ୧୫ ଦିନିଆ ବିଭିନ୍ନ ରାଜ୍ୟ ଗସ୍ତରେ ଅଛନ୍ତି । ଏହି ୧୫ ଦିନିଆ ବ୍ୟାପକ ଅଭିଯାନ ସମୟରେ, ଚୌହାନ ପ୍ରାୟ ୨୦ଟି ରାଜ୍ୟ ଭ୍ରମଣ କରିବେ, ଚାଷୀ ଏବଂ ବୈଜ୍ଞାନିକମାନଙ୍କୁ ପ୍ରେରଣା ଦେବେ ଏବଂ ସେମାନଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ଗୁରୁବାର ଓଡ଼ିଶାରେ ଶୁଭାରମ୍ଭ ପରେ, ମନ୍ତ୍ରୀ ଜାମ୍ମୁ , ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ଆସାମ, ମେଘାଳୟ, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ଦିଲ୍ଲୀ ଏବଂ ଛତିଶଗଡ଼ ଗସ୍ତ କରି ଚାଷୀ ଏବଂ ବୈଜ୍ଞାନିକ ଦଳଙ୍କ ସହିତ ଆଲୋଚନା କରିବେ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ବିଭିନ୍ନ ଅଞ୍ଚଳର ପ୍ରମୁଖ ଖରିଫ ଫସଲ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା, ଲାଭଦାୟକ ସରକାରୀ ଯୋଜନା ଏବଂ ନୀତି ବିଷୟରେ ସଚେତନତା ସୃଷ୍ଟି କରିବା, ଫସଲ ଚୟନ ଏବଂ ସନ୍ତୁଳିତ ସାର ପ୍ରୟୋଗ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବହାର କରିବା ପାଇଁ ଚାଷୀମାନଙ୍କୁ ମାର୍ଗଦର୍ଶନ କରିବା, ଏବଂ ଚାଷୀ-ନେତୃତ୍ୱାଧୀନ ଉଦ୍ଭାବନକୁ ବୁଝିବା ପାଇଁ ମତାମତ ସଂଗ୍ରହ କରିବା ଏବଂ ତଦନୁସାରେ ଗବେଷଣା ନିର୍ଦ୍ଦେଶନା ଦେବା।

Related Articles

Back to top button
WP Twitter Auto Publish Powered By : XYZScripts.com