
ଭୁବନେଶ୍ୱର ୧୯/ଜୁନ୍ : ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା କଲି ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତାଙ୍କ ସ୍ୱାଗତ ପାଇଁ ସଜା ହୋଇଛି ସାରା ସହର । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ଆରମ୍ଭ କରି ଜନତା ମଇଦାନ ପର୍ଯନ୍ତ ଚାରିଆଡେ ଖାଲି ବଡ ବଡ ପୋଷ୍ଟର, ବ୍ୟାନର । ଯୁଆଡେ ଦେଖିବ ସିଆଡେ ଖାଲି ମୋଦି ମୋହନ, ରାଜଧାନୀ ହୋଇଛି ମୋଦିମୟ । ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତରେ କୌଣସି ପ୍ରକାର ସମସ୍ୟାକୁ ଏଡ଼ାଇବାପାଇଁ ସୁରକ୍ଷା ବ୍ୟବସ୍ତା ମଧ୍ୟ କଡାକଡି କରାଯାଇଛି,ସବୁଠି ପୋଲିସର କଡା ସୁରକ୍ଷା। ମୋଦିଙ୍କ ସୁରକ୍ଷାରେ ନିୟୋଜିତ ରହିବେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ । ଏହା ସହ ୬୯ ଜଣ ଡିସିପି ପଦବୀର ଅଫିସର, ୩୩ ଜଣ ଅତିରିକ୍ତ ଡିସିପି, ୯୩ଜଣ ଡିଏସ୍ପି, ୧୦୬ଜଣ ଇନ୍ସପେକ୍ଟର ଏବଂ ୪୫୦ଜଣ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ଭୁବନେଶ୍ୱର ବିମାନବନ୍ଦରରୁ ଏଜି ଚକ, ଓ ଏଜି ଛକରୁ ରାଜ ଭବନ, ରାଜା ଭବନରୁ ଜୟଦେବ ବିହାର ଏବଂ ଜୟଦେବ ବିହାର ଛକରୁ ଜନତା ମଇଦାନ ପର୍ଯନ୍ତ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ ମୋଦି । ରୋଡ଼ ସୋ ରେ କେବଳ ୨୫ପ୍ଲାଟୁନ ପୋଲିସ ଅଫିସର ସାଧା ପୋଷାକରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ରହିବେ ଏବଂ ଏହା ସହ ରୂଫ ଟପ ସୁରକ୍ଷା ବ୍ୟବସ୍ତା ମଧ୍ୟ ରହିଛି । କେନ୍ଦ୍ରୀୟ ସଂସ୍ଥା ସହ ପୋଲିସ କମିଶନର ମିଶି ସୁରକ୍ଷା ବ୍ୟବସ୍ତା ନିର୍ଧାରିତ କରିଛନ୍ତି । ଇତି ମଧ୍ୟରେ ପ୍ରସ୍ତୁତି ସବୁ ଶେଷ ପର୍ଯ୍ୟରେ, ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଜନତା ମଇଦାନ ପରିଭ୍ରମଣ କରି ସୁରକ୍ଷା ବ୍ୟବସ୍ତା ଓ ପ୍ରସ୍ତୁତିର ଯାଞ୍ଚ କରିଛନ୍ତି । ତେଣୁ ଦେଖିବାକୁ ରୋଚକ ହେବ ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତ କଣ ନୂଆ ଯୋଜନା ଭେଟିଦେବା, ଅପେକ୍ଷାରେ ରାଜ୍ୟ ବସି ।