
ମୁମ୍ବାଇ ୨୪/ଜୁନ୍ : ଏୟାର ଇଣ୍ଡିଆ ବିମାନରେ ଫୁଣି ଅଘଟଣ । ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ କିଛି ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ, ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା, ଏବଂ ଚିକିତ୍ସ ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା।ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୩୦ ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ମୁମ୍ବାଇ ଆସୁଥିଲା। ଉଡ଼ାଣ ସମୟରେ ୫ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ସମସ୍ତେ ହଠାତ୍ ମୁଣ୍ଡ ବୁଲାଇବା ଏବଂ ବାନ୍ତି ଅନୁଭବ କରିଥିଲେ। ବିମାନଟି ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା, ଯେଉଁଠାରେ ଡାକ୍ତରୀ ଦଳ ପୂର୍ବରୁ ପ୍ରସ୍ତୁତ ଥିଲେ। ଅବତରଣ ପରେ ମଧ୍ୟ ୨ ଜଣ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିନଥିଲା। ଏପରି ପରିସ୍ଥିତିରେ, ସେମାନଙ୍କୁ ମେଡିକାଲ ରୁମକୁ ନିଆଯାଇଥିଲା, ଯେଉଁଠାରେ ସମସ୍ତଙ୍କ ଚିକିତ୍ସା କରାଯାଇଥିଲା। ଏୟାର ଇଣ୍ଡିଆ ମୁଖପାତ୍ର ମଧ୍ୟ ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ। ବିମାନଟି ମୁମ୍ବାଇରେ ସୁରକ୍ଷିତ ଭାବରେ ଅବତରଣ କରିଛି। ଆମର ଡାକ୍ତରୀ ଦଳ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିଲେ। ଅବତରଣ ପରେ ମଧ୍ୟ ଦୁଇ ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା। ସେମାନଙ୍କୁ ମେଡିକାଲ ରୁମକୁ ନିଆଯାଇଥିଲା। ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା। ଘଟଣାର ତଦନ୍ତ କରାଯାଉଛି। ଏହି ଘଟଣାର ଠିକ୍ ପୂର୍ବରୁ, ଦିଲ୍ଲୀରୁ ଜମ୍ମୁ ଯାଉଥିବା ଏୟାର ଇଣ୍ଡିଆ ବିମାନ IX2564 କୁ GPS ସିଗନାଲ ହସ୍ତକ୍ଷେପ ସନ୍ଦେହ ହେବାରୁ ଦିଲ୍ଲୀକୁ ବୁଲାଇ ଦିଆଯାଇଥିଲା। ଏ ବିଷୟରେ ସୂଚନା ଦେଇ ଏୟାର ଇଣ୍ଡିଆ କହିଛି ଯେ ବିମାନଟିକୁ ପୁଣି ଥରେ ଦିଲ୍ଲୀରେ ଅବତରଣ କରାଯାଇଥିଲା ଏବଂ ପରେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଦ୍ୱାରା ଜମ୍ମୁ ପଠାଯାଇଥିଲା।