ରୋଟାରୀ କ୍ଲବ ନିଉ ହରାଇଜନର ପ୍ରତିଷ୍ଠା ଦିବସ ପାଳନ ।

ଭୁବନେଶ୍ୱର ୩୦/ଜୁନ୍ : ରୋଟାରୀ କ୍ଲବ ନିଉ ହରାଇଜନ ୨୯ ଜୁନ ସଂଧ୍ଯା ରେ ତାର ୧୯ ତମ ପ୍ରତିଷ୍ଠା ଦିବସ ୟୁନିଟ ୧ ସ୍ଥିତ ମଦରସ ପବ୍ଲିକ ସ୍କୁଲର ଅଡିଟୋରିଅମ ରେ ପାଳନ କରିଥିଲା। ଏହି ଅବସରରେ କ୍ଲବର ସଦସ୍ଯାମାନଂକ ସହ ତିନି ଜଣ ସୁନାମଧନ୍ଯା ମହିଳା ଅତିଥି ରୂପେ ଯୋଗ ଦେଇଥିଲେ। ସେମାନେ ହେଲେ ୱିଜଡମ ଟ୍ରି ଗ୍ଲୋବାଲ ସ୍କୁଲର ଭାଇସ୍ ଚେୟାରମ୍ଯାନ ପଂଚମୀ ମାନୁ ଉକିଲ, ଅବସର ପ୍ରାପ୍ତା ମନସ୍ତତ୍ୱ ବିଜ୍ଞାନର ପ୍ରଫେସର ଓ ରୋଟାରୀ କ୍ଲବ ଇକୋର ପ୍ରେସିଡେଣ୍ଟ ଗୀତିକା ପଟ୍ଟନାୟକ, ସୁସାହିତ୍ଯିକା ବିଜୟଲକ୍ଷ୍ମୀ ପଟ୍ଟନାୟକ। ସଭା ଆରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ରୋଟାରୀ ପ୍ରତିଷ୍ଠାତା ପଲ ହ୍ଯାରିସକଂ ଫଟୋରେ ପୁଷ୍ପ ପ୍ରଦାନ କରାଯଇଥିଲା। ରେଟାରିଆନ ସ୍ୱାତୀ ରଥ ବନ୍ଦନା ଗାଇଥିଲେ। ପରେ କ୍ଲବର ସଦସ୍ଯା ରୋଟାରିଆନ ଡଃ ରାଜଶ୍ରୀ ମହାପାତ୍ର ଓଡିଶୀ ନୃତ୍ଯ ପ୍ରଦର୍ଶନ କରିଥିଲେ। ତାପରେ ସମସ୍ତେ ମିଳି କେକ୍ କାଟି କ୍ଲବର ଜନ୍ମ ଦିନ ପାଳନ କରିଥିଲେ । ଏହା ପରେ ଜାତୀୟ ସଂଗୀତ ଗାନ ସହ ସଭା କାର୍ଯ୍ଯ ଆରମ୍ଭ ହୋଇଥିଲା। ସଭାପତି ରୋଟାରିଆନ ଡଃ ସୁମିତ୍ରା ମିଶ୍ରଂକ ସ୍ୱାଗତ ଭାଷଣ ପରେ ଚାର୍ଟର ପ୍ରେସିଡେଣ୍ଟ ରୋଟାରିଆନ ଜୟନ୍ତୀ ଜଗଦେବ ମୁମ୍ବାଇରୁ ରପଠାଇଥିବା ବାର୍ତ୍ତା ପାଠ କରିଥିଲେ ରୋଟାରିଆନ ତରୁଲତା ଦ୍ୱିବେଦୀ। ଚାର୍ଟର ମେମ୍ବର ରୋଟାରିଆନ ରୀତା ଅଧିକାରୀ ୨୦୦୭ରୁ ଆରମ୍ଭ କରି ଏପର୍ଯ୍ଯନ୍ତ କ୍ଲବର ଯାତ୍ରା ବିଷୟରେ ନିଜ ଅନୁଭୂତି କହିଥିଲେ। ପରେ ପରେ ଅତିଥିମାନେ ନିଜର ବକ୍ତବ୍ଯ ରଖିଥିଲେ। ସଭାପତି ଡଃ ସୁମିତ୍ରା ମିଶ୍ର ସମସ୍ତ ଅତିଥି ଓ କ୍ଲବର ସଦସ୍ଯାମାନଂକୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ସଦସ୍ଯାମାନେ ସଭାପତିଂକୁ ତାକଂର ବର୍ଷସାରାର ପରିଶ୍ରମ ଓ ସେବା ପାଇଁ ଧନ୍ଯବାଦ ଦେଇଥିଲେ।