ଓଡ଼ିଶାରାଜନୀତି

ବିଏମ୍‌ସି କମିଶନର ଉପରେ ମାଡ଼ ଘଟଣା: ଓଏଏସ୍‌ ସଂଘର ଛୁଟି

ରାଜ୍ୟରେ ଆନ୍ଦୋଳନ ପ୍ରଶାସନ ଅଚଳ, ବଢ଼ିଛି ସରକାର ଉପରେ ଚାପ

ଭୁବନେଶ୍ୱର,୦୩|୦୭ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ପରିସରରେ ମାଡ଼ ଘଟଣା ରାଜ୍ୟର ପ୍ରଶାସନିକ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଟଳ ଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘ ପକ୍ଷରୁ କାଯର୍ର୍‌ୟବନ୍ଦ ଆନ୍ଦୋଳନ ରାଜ୍ୟରେ ଚାଲିଛି। ଓଏଏସ୍‌ ଅଧିକାରୀମାନେ ସମୂହ ଛୁଟିରେ ଚାଲିଯାଇଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଅସ୍ଥଗିତ ହୋଇଛି ଏବଂ ସାଧାରଣ ଲୋକ ହଇରାଣ ହେଉଛନ୍ତି। ବିଜେଡି ଓ କଂଗ୍ରେସ ସରକାରକୁ ଘେରି ସମଲୋଚନା କରୁଛନ୍ତି। ଓଏଏସ୍‌ ସଂଘ ପକ୍ଷରୁ ସ୍ମାରକପତ୍ର ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ୩ଦଫା ଦାବି ଦିଆଯାଇଛି ଯେଉଁଥିରେ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଏବଂ ସମସ୍ତ ଅଧିକାରୀଙ୍କୁ କାର୍ଯ୍ୟସ୍ଥଳରେ ସୁରକ୍ଷା ଯୋଗାଇବା ରହିଛି।

ଏହି ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଉପୁଜାଇପାରିବା ସଂକେତ ଦେଉଛି। ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଦିନ ଦ୍ୱିପ୍ରହରରେ ମାଡ଼ ଘଟଣା ଉପରେ ଏହି ମତ ଦେଉଛି ଯେ ଏହା ଅମାନୁଷିକ ଓ ନିନ୍ଦନୀୟ। ଭାଜପା ନେତା ଜଗନ୍ନାଥ ପ୍ରଧାନ ଏହି ଘଟଣାକୁ ନିନ୍ଦା କରିଛନ୍ତି ଓ କହିଛନ୍ତି ଯେ ସେ ଆଇନ ଅନୁସାରେ ସହଯୋଗ କରିବେ। ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ ପରେ ତାଙ୍କ ସରେଣ୍ଡର ଅନୁମାନ ହେଉଛି। ଘଟଣା ସଂପୃକ୍ତ ୫ ଭାଜପା କର୍ମୀ ଗିରଫ ହୋଇଛନ୍ତି ଓ ଦଳରୁ ନିଲମ୍ବିତ ହୋଇଛନ୍ତି। ଏନେଇ ସରକାରୀ ଅଧିକାରୀଙ୍କ ସମ୍ମାନ ଓ ସୁରକ୍ଷା ନେଇ ମାନସିକ ଆଘାତ ସୃଷ୍ଟି ହୋଇଛି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଶୀଘ୍ର କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ।

 

Related Articles

Back to top button