
ଭୁବନେଶ୍ୱର ୨୫/ଅଗଷ୍ଟ : ରାଜ୍ୟପାଳ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ତାଙ୍କ ବାସଭବନରେ ପଚାରି ବୁଝିଥିଲେ। ସୂଚନା ଅନୁଯାୟୀ, ନବୀନ ଡିହାଇଡ୍ରେସନରେ ପୀଡିତ ଥିଲେ ଏବଂ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯାହା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସୁସ୍ଥ ହେବା ପରେ ରାଜ୍ୟପାଳ ତାଙ୍କୁ ଭେଟିଥିଲେ। ରାଜ୍ୟପାଳ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ଉକ୍ତ ଭେଟ ବିଷୟରେ ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ବାର୍ତ୍ତା ପୋଷ୍ଟ କରି କହିଛନ୍ତି, “ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ସ୍ୱାସ୍ଥ୍ୟ ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”