Breaking NewsFeaturedରାଜନୀତି

୩ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ପରେ କଂଗ୍ରେସ ଠାରୁ ହାରିଗଲେ ମୋଦି ଓ ବିଜେପି!

୩ରାଜ୍ୟରେ ଫ୍ରେଶ ମୁଖ୍ୟମନ୍ତ୍ରୀ ଦେଇଛି ବିଜେପି । ଏହା ସହିତ ଜାତିଗତ ସମୀକରଣକୁ ବି ଫୋକସ କରିଛି ଦଳ । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଆଦିବାସୀ, ଓବିସି ଓ ଜେନେରାଲ କାର୍ଡ ଖେଳିଛି ଭାରତୀୟ ଜନତା ପାର୍ଟି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ପଛରେ ପ୍ରକୃତ କାରଣ କଣ । ତେବେ ଆସନ୍ତୁ ଜାଣିବା ।

କୁହାଯାଉଛି ଏ ସବୁ କଂଗ୍ରେସ ଡରରେ କରିଛି ବିଜେପି । କାରଣ କଂଗ୍ରେସ ସବୁବେଳେ ଜାତିଗତ ଜନଗଣନା ଓ ତାଙ୍କର ସରଂକ୍ଷଣ ଦାବି କରି ଆସିଛି । ଆଉ ଯଦି ନ କରିପାରୁଛ, ତେବେ ହଟିଯାଅ ଆମେ କରିଦେବୁ ବୋଲି କହି ଆସୁଛନ୍ତି ରାହୁଲ ଗାନ୍ଧୀ । ଏଇଥିପାଇଁ ମୋଦି ଏଭଳି ସମୀକରଣ ଖେଳିଥିବା ଚର୍ଚ୍ଚା ହେଉଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପଛରେ ଜାତିଗତ ସମୀକରଣକୁ ଧ୍ୟାନ ଦେଇଛନ୍ତି । ବିଜେପି ବୁଝି ସାରିଛି ଯେ କଂଗ୍ରେସର ଜାତିଗତ ଜନଗଣନା ଦାବିକୁ ସାରା ଦେଶର ସମର୍ଥନ ମିଳିଛି । ଆଉ ଦଳ ବି ଏହି ମୁଦ୍ଦାକୁ ଛାଡିବାର ପ୍ରଶ୍ନ ଉଠୁନି । କାରଣ ଆଗକୁ ୨୪ଲୋକସଭା ନିର୍ବାଚନ ଥିବାରୁ ଏହାକୁ ଅସ୍ତ୍ର କରିପାରେ କଂଗ୍ରେସ । ତେଣୁ ଯଦି ଜନସଂଖ୍ୟା ଅନୁସାରେ ସେମାନଙ୍କୁ ହକ ଦିଆନଯାଏ, ତେବେ ଲୋକେ ତାଙ୍କୁ କ୍ଷମତାରୁ ହଟାଇ ଦେବେ । ଏହାକୁ ଦୃଷ୍ଟିରେ ରଖି ଜାତିଗତ ସମୀକରଣକୁ ପୁରା ଫୋକସ କରିଛି ।

ଏନେଇ ମଧ୍ୟପ୍ରଦେଶ ଓ ଛତିଶଗଡରେ ଶୀର୍ଷ କାର୍ଯ୍ୟକାରୀ ପଦରେ ଦୁଇ ଦୁଇ ଜଣ ଓବିସି ଏବଂ ଜଣେ ଅନୁସୁଚିତ ଜାତି ଓ ଅନୁସୂଚିତ ଜନଜାତିରୁ ରହିଛନ୍ତି । ରାଜସ୍ଥାନରେ ମଧ୍ୟ କେ ଦଳିତ ଚେହେରାକୁ ଶୀର୍ଷ ନେତୃତ୍ୱ ମଧ୍ୟରେ ସାମିଲ କରାଯାଇଛି । ଅର୍ଥାତ ମୋଟାମୋଟି ୯ଟି ଆସନ ମଧ୍ୟରୁ ୫ଟିରେ ଓବିସି, ଏସଟି ଓ ଏସିସି ବର୍ଗଙ୍କୁ ଦିଆଯାଇଛି । ଯାହାଫଳରେ ଆଗାମୀ ଦିନରେ ଏହି ସବୁ ଭୋଟ ହାତେଇବା ଲକ୍ଷ୍ୟରେ ରହିଛି ବିଜେପି । ଏହାବ୍ୟତୀତ ୟୁପି ଓ ବିହାରରେ ଫାଇଦା ନେବାକୁ ଚାହୁଁଛି । ଯେଉଁଠି ୧୨୦ଲୋକସଭା ଆସନ ରହିଛି । ଓ ବିରୋଧୀ ମେଂଟ ଆଇଏନଡିଆଇଏ ମଜଭୂତ ସ୍ଥିତିରେ ରହିଛି । ତେଣୁ ଏସବୁ ଦୃଷ୍ଟିରୁ ବିଜେପି ଜାତିଗତ ସମୀକରଣକୁ ଧ୍ୟାନ ଦେଇଥିବା କୁହାଯାଉଛି । ତେବେ ସେ ଯାହା ବି ହେଉ ଏହାକୁ ନେଇ ଆଗକୁ କିଭଳି ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛି ବିଜେପି , ଆଉ ତାକୁ କାଉଂଟର ଆଟାକ କରୁଛି କଂଗ୍ରେସ ତାଉପରେ ରହିଛି ସମସ୍ତଙ୍କ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com