Breaking Newsଓଡ଼ିଶାଶିକ୍ଷା
୩ ଦିନ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ

ଭୁବନେଶ୍ୱର ,ପିଲାଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଲଗାତାର ୩ ଦିନ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ । ପିଲାମାନେ କରିବେ ମଉଜ । ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ହୋଇଥିଲା । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ନୂଆଖାଇ ପର୍ବ ଉପଲକ୍ଷେ ୨୯ ତାରିଖ ଛୁଟି ରହିବ । ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ୍ କୋର୍ଟ ଛୁଟି ରହିବ । ଏଥିପାଇଁ ସେପ୍ଟେମ୍ବର ୧୩ ଦ୍ୱିତୀୟ ଶନିବାର କାର୍ଯ୍ୟଦିବସ ଘୋଷଣା ହୋଇଛି ।
ଗଣପର୍ବ ନୂଆଖାଇ ପରଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୯ ତାରିଖରେ ରାଜ୍ୟର ସବୁ ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।