Breaking Newsଅପରାଧ
ଲାଞ୍ଚ ନେଉଥିଲେ ସରିତା।

ଭୁବନେଶ୍ୱର , ଗତକାଲି 25 ହଜାର ଲାଞ୍ଚ ନେବା ବେଳେ, ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ,ଆସିଷ୍ଟାଣ୍ଟ ଟ୍ୟାକ୍ସ କମିସନର ସରିତା ବାରିକ । ଲାଞ୍ଚ ନେଇ ଧରାପଡ଼ିବା ପରେ, ଗିରଫ କଲା ଭିଜିଲାନ୍ସ ।
ରେଡ଼ ବେଳେ ଘରୁ ମିଳିଲା 1 ଲକ୍ଷ 45 ହଜାର ଟଙ୍କା, 60 ଲକ୍ଷର ଜମା ଟଙ୍କା, 222 ଗ୍ରାମ ସୁନା । ଗତକାଲି 25 ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଟିକସ ଛାଡ଼ ପାଇଁ ବେକେରୀ ସପ୍ ମାଲିକଙ୍କଠୁ ଲାଞ୍ଚ ନେଉଥିଲେ ସରିତା।
ମିଳିଥିବା ସୂଚନା ଅନୁସାରେ, ଜଣେ ବେକେରି ମାଲିକଙ୍କ ଉପରେ, ଲାଗିଥିବା ଜରିମାନା ରଫାଦଫା କରିବା ପାଇଁ ସରିତା ବାରିକ, ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଶ୍ରୀମତୀ ବାରିକଙ୍କୁ ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଯୋଜନା କରିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଚଢ଼ଉ କରିଥିଲେ । ଘଟଣାସ୍ଥଳରୁ ରଙ୍ଗବୋଳା ଟଙ୍କା ଜବତ ହୋଇଥିଲା ।