
ଭୁବନେଶ୍ୱର ,ଇରଫାନ ପଠାନଙ୍କ ନାମ ଭାରତୀୟ କ୍ରିକେଟ ଇତିହାସରେ ଜଣେ ମହାନ ଅଲରାଉଣ୍ଡର ଭାବରେ ରେକର୍ଡ ହୋଇଛି। ୨୦୦୭ ଟି୨୦ ବିଶ୍ୱକପ୍ ଫାଇନାଲରେ ପଠାନ ଚମତ୍କାର ପ୍ରଦର୍ଶନ କରିଥିଲେ।ଏହି ମ୍ୟାଚ୍ରେ ସେ ପାକିସ୍ତାନ ବିପକ୍ଷରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ହୋଇଥିଲେ। ୨୦୧୨ରେ, ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ଏବଂ ୩୫ ବର୍ଷ ବୟସରେ ୨୦୨୦ରେ କ୍ରିକେଟରୁ ଅବସର ନେଇଥିଲେ।
ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ପୁଣି ଥରେ ଚର୍ଚ୍ଚାରେ। କାରଣ ହେଉଛି ତାଙ୍କର ପାଞ୍ଚ ବର୍ଷ ପୁରୁଣା ସାକ୍ଷାତକାର କ୍ଲିପ୍, ଯେଉଁଥିରେ ସେ ଦାବି କରିଥିଲେ ଯେ ଧୋନିଙ୍କ ସହିତ ହୁକା ପିଇଥିବା ଖେଳାଳିମାନଙ୍କୁ ଟିମ୍ ଇଣ୍ଡିଆରେ ଅଧିକ ସୁଯୋଗ ମିଳୁଥିଲା। ଏହି ଭିଡିଓଟି ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହୋଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଆଲୋଚନା ଆରମ୍ଭ କରିଦେଇଛି।
ସ୍ପୋର୍ଟସ୍ ଟକ୍ ସହିତ ଇରଫାନ୍ ପଠାନଙ୍କ ପୁରୁଣା ସାକ୍ଷାତକାର ସୋସିଆଲ ମିଡିଆରେ ପୁଣି ଦେଖାଦେଲା, ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ଧୋନି ଖେଳାଳି ଚୟନ କରିବା ସମୟରେ ତାଙ୍କ ସର୍କଲ୍ ଏବଂ ହୁକା ପିଉଥିବା ସାଥୀଙ୍କୁ ପ୍ରାଥମିକତା ଦେଉଥିଲେ।ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହା କେବଳ ଧୋନିଙ୍କୁ ବଦନାମ କରିବା ପାଇଁ ଇରଫାନ୍ ପଠାନଙ୍କ ଦ୍ୱାରା ଏକ ପ୍ରୟାସ।