ଉଡ଼ାଣ ପୂର୍ବରୁ ରନୱେରେ ଅଟକିଲା ବିମାନ

ଭୁବନେଶ୍ୱର ,ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ । ଉଡ଼ାଣ ପୂର୍ବରୁ ରନୱେରେ ଅଟକିଲା ବିମାନ ।ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ । ଟଳିଳା ବଡ଼ ଦୁର୍ଘଟଣା । ତେବେ ରବିବାର (ସେପ୍ଟେମ୍ବର ୧୪) ଉତ୍ତର ପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରରେ ଏକ ଅଘଟଣ ଦେଖିବାକୁ ମିଳିଛି। ଏଠାରେ, ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଉଡ଼ାଣ ସମୟରେ ରନୱେରେ ଅଟକି ଯାଇଥିଲା।
କ୍ୟାପ୍ଟେନ୍ ସମୟ ମଧ୍ୟରେ ବିମାନକୁ ଅଟକାଇ ସେଥିରେ ଥିବା ୧୫୧ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ଏହି ବିମାନରେ ସମାଜବାଦୀ ପାର୍ଟି ସାଂସଦ ଏବଂ ସପ୍ପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ଉପସ୍ଥିତ ଥିଲେ।
ବିମାନ ରନୱେରେ ଗତି ବଢ଼ାଇଥିଲା, କିନ୍ତୁ ତଥାପି ଆକାଶରେ ଉଡ଼ାଣ କରିପାରିନଥିଲା। ରନୱେ ଶେଷ ହେବା ପୂର୍ବରୁ ବିମାନର କ୍ୟାପ୍ଟେନ୍ ଚତୁରତାର ସହିତ ବିମାନକୁ ଅଟକାଇ ଦେଇଥିଲେ।
ଏହି ଘଟଣା ଯୋଗୁଁ ବିମାନରେ ଉପସ୍ଥିତ ଯାତ୍ରୀମାନେ, ଭୟଭୀତ ହୋଇଯାଇଥିଲେ। ତଥାପି, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ଏୟାରଲାଇନ୍ସ ସମସ୍ତଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଇଥିଲେ।