ସସପେନ୍ସ ଉପରୁ ପରଦା ହଟାଇଛନ୍ତି ବରୁଣ ଚକ୍ରବର୍ତ୍ତି ।

ଭୁବନେଶ୍ୱର,ଏସିଆ କପ ୨୦୨୫ର କ୍ରେଜ ଶେଷ ହୋଇନାହିଁ । ସବୁଠାରୁ ଅଧିକ ସସପେନ୍ସ, ଥ୍ରିଲର ଓ କମେଡି ଏସିଆ କପର ଶେଷ ମ୍ୟାଚରେ ଦେଖିବାକୁ ମିଳିଥିଲା ।
ଗେଟିଏ ପଟେ ଭାରତ ଚାମ୍ପିଅନ ହୋଇଥିଲେ ମଧ୍ୟ ମହମ୍ମଦ ନକଭିଙ୍କ ହାତରୁ ଟ୍ରଫି ନେବା ପାଇଁ ସଫା ସଫା ମନା କରି ଦେଇଥିଲା । ଆଉ ଏହାପରେ ଟିମ ଇଣ୍ଡିଆ ଟ୍ରଫି ନ ଥାଇ ମଧ୍ୟ ସେଲିବ୍ରେସନ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା ।
ଭାରତ ଚାମ୍ପିଅନ ହେବା ପରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ହାତରେ ଟ୍ରଫି ଧରିଥିବା ଷ୍ଟାଇଲରେ ଖେଳାଳିଙ୍କ ଆଡକୁ ଆସିଥିଲେ । ପରେ ଜଣକ ପରେ ଜଣେ ଖେଳାଳି ଇମାଜିନାରୀ ଟ୍ରଫି ତାଙ୍କ ହାତରୁ ନେଇଥିଲେ ଓ ଜୋରରେ ଭାରତ ମାତା କି ଜୟ କହି ସେଲିବ୍ରେସନ କରିଥିଲେ ।
ରୋହିତ ଶର୍ମା ଚାମ୍ପିଅନସ ଟ୍ରଫିରେ ଯେଉଁ ଭଳି ଭାବେ ଟ୍ରଫି ନେଇ ସେଲିବ୍ରେସନ କରିଥିଲେ ଠିକ ସେହିପରି ଏସିଆ କପରେ ମଧ୍ୟ କରାଯାଇଥିଲା । କେବଳ ତଫାତ ଏତିକି ଥିଲା କି ଏଠାରେ ସୂର୍ଯ୍ୟକୁମାରଙ୍କ ହାତରେ ଇମାଜିନାରି ଟ୍ରଫି ଥିଲା । ଅର୍ଶଦୀପ ଏହି ମଜାଳିଆ ଢଙ୍ଗରେ ଇମାଜିନାରି ଟ୍ରଫି ନେଇ ସେଲିବ୍ରେସନ କରିବା ପାଇଁ କହିଥିଲେ ।
ସେଲିବ୍ରେସନ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା କରାଯାଇଥିଲା । ତେବେ ଏହା କାହାର ପ୍ଲାନ ଥିଲା ଏମିତି ଅନେକ ପ୍ରଶ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ , ଏହି ସସପେନ୍ସ ଉପରୁ ପରଦା ହଟାଇଛନ୍ତି ବରୁଣ ଚକ୍ରବର୍ତ୍ତି ।ନିକଟରେ ପ୍ଲେୟାରସଙ୍କ ଆଓାର୍ଡ ସେରିମନିରେ ସେ ଏହି କଥା ଖୋଲି କହିଛନ୍ତି । ଅର୍ଶଦୀପ ଏହି ମଜାଳିଆ ଢଙ୍ଗରେ ଇମାଜିନାରି ଟ୍ରଫି ନେଇ ସେଲିବ୍ରେସନ କରିବା ପାଇଁ କହିଥିଲେ ।