ଧନତେରାସ ଦିନ ସୁନା, ରୂପା ଏବଂ ବାସନ କିଣିବା ଅତ୍ୟନ୍ତ ଶୁଭ

ଭୁବନେଶ୍ୱର,କୃଷ୍ଣ ପକ୍ଷର ତ୍ରୟୋଦଶୀରେ ପାଳନ କରାଯାଏ ଧନତେରସ ପର୍ବ । ଦିୱାଲିର ଦୁଇ ଦିନ ପୂର୍ବରୁ ଏହା ପାଳନ ହୁଏ । ଶାସ୍ତ୍ର ଅନୁଯାୟୀ ଭଗବାନ ଧନନ୍ତରୀ ଏହି ଦିନ ଜନ୍ମ ହୋଇଥିଲେ । ତେଣୁ ଏହାକୁ ଧନତେରସର ପର୍ବ ଭାବରେ ପାଳନ କରାଯାଏ । ଭଗବାନ ଧନନ୍ତରୀ ଅମୃତ କଳସ ସହିତ ପ୍ରକଟ ହୋଇଥିଲେ ।
ତେଣୁ ଏହି ଦିନ ବାସନ କିଣିବାର ପରମ୍ପରା ଅଛି । ଧନତେରସରେ ଧନନ୍ତରୀ ଦେବଙ୍କ ସହ ଦେବୀ ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ପୂଜା କରାଯାଏ ।ଧନତେରାସ ଦିନ ସୁନା, ରୂପା ଏବଂ ବାସନ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କିଛି ଜିନିଷ ଅଛି ଯାହାକୁ ଧନତେରାସ ଦିନ ଏଡାଇବା ଉଚିତ୍ । ଧନତେରସ ଦିନରେ ସେଗୁଡିକ କିଣିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଆସନ୍ତୁ ଜାଣିବା ଧନତେରସ ଦିନରେ କେଉଁ ଜିନିଷକୁ କିଣିବା ଉଚିତ୍ ନୁହେଁ ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଲୁହାକୁ ଶନି ଦେବଙ୍କ କାରକ ବୋଲି ବିବେଚନା କରାଯାଏ । ତେଣୁ, ଧନତେରସର ଦିନ ଲୁହାରେ ନିର୍ମିତ ଜିନିଷ କିଣିବା ଉଚିତ୍ ନୁହେଁ ।ଧନତେରସ ଦିନ, ଛୁରୀ, ପିନ, ଛୁଞ୍ଚି କିମ୍ବା କୈାଣସି ତୀକ୍ଷ୍ଣ ଜିନିଷ କିଣିବା ଠାରୁ ଦୂରେଇ ରହିବା ଉଚିତ୍ । ଧନତେରସ ଦିନରେ ଏହି ଜିନିଷ କିଣିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ । ଧନତେରାସ ଦିନ ଏହି ଜିନିଷ କିଣିବା ଦାରିଦ୍ର୍ୟ ଆଣିଥାଏ ।
ଧନତେରସ ଦିନ ପ୍ଲାଷ୍ଟିକରେ ନିର୍ମିତ ଜିନିଷ କିଣିବା ଉଚିତ୍ ନୁହେଁ । ପ୍ଲାଷ୍ଟିକ୍ ଜିନିଷ ଘରେ ସମୃଦ୍ଧତା ଆଣେ ନାହିଁ । ତେଣୁ, ଧନତେରସ ଦିନରେ କୈାଣସି ପ୍ଲାଷ୍ଟିକ ସାମଗ୍ରୀ କିଣିବା ଉଚିତ ନୁହେଁ ।