Featured

ଦୀପାବଳିକୁ ନେଇ ସ୍ପଷ୍ଟ ହେଲା ତାରିଖ,ଏହି ଦିନ ପାଳିବେ ଦୀପାବଳି, ଶ୍ୟାମା ପୂଜା ଓ ପୟାଶ୍ରାଦ୍ଧ

 

ଭୁବନେଶ୍ୱର, ୧୫ ଅକ୍ଟୋବର : ଆସୁଛି ଦୀପାବଳି, କେଉଁ ତାରିଖରେ ପାଳନ ହେବ ଦୀପାବଳି, ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଦୀପାବଳିକୁ ନେଇ ଥିବା ଏହି ଦ୍ଵନ୍ଦ ବର୍ତମାନ ସ୍ପଷ୍ଟ ହୋଇଛି । କେତେକ ପାଞ୍ଜିକାରେ ୨୧ ଅକ୍ଟୋବର ରେ ପାଳିବାରେ ଲେଖା ଯାଇଥିଲା କିନ୍ତୁ ଆଉ କେତେକ ପାଞ୍ଜିକାରେ ୨୦ ତାରିଖରେ ଯାହା ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା ।

ଜଗନ୍ନାଥ ମନ୍ଦିର ପରିଷଦ ସ୍ବୀକୃତ ୫ଟି ପଞ୍ଜିକା (ରଘୁନାନ୍ଦନ, ଆଦିନାଥ, ମଦନମୋହନ, ପଞ୍ଜିକା ଡିଗବିଜୟୀ ଓ ଗୋପାଳ ତଥ୍ୟାନ୍ୱେଷୀ) ଅନୁଯାୟୀ, ଏହିବର୍ଷ ଦୀପାବଳି, ଶ୍ୟାମା ପୂଜା, ପୟାଶ୍ରାଦ୍ଧ ଓ ଦୀପଦାନ ୨୦ ଅକ୍ଟୋବର ରେ ରହିଛି। ଏହି ବିବାଦକୁ ଦୃଷ୍ଟିରେ ରଖି, ପୁରୀର ମୁକ୍ତି ପଣ୍ଡିତ ସଭା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା, ଯେଉଁଠାରେ ସଭା ସ୍ପଷ୍ଟ କରିଥିଲା ​​ଯେ ଶ୍ରୀମନ୍ଦିର ପରିଷଦ ଦ୍ୱାରା ଅନୁମୋଦିତ କ୍ୟାଲେଣ୍ଡର ଅନୁସାରେ, ପୟଶ୍ରାଦ୍ଧ, ଦୀପଦାନ ଏବଂ ଦୀପାବଳି ୨୦ ତାରିଖରେ ପାଳନ କରାଯିବା ଉଚିତ।

ପଞ୍ଜିକା ଭିନ୍ନତାର କାରଣ,ପଣ୍ଡିତମାନଙ୍କ କଥାନୁସାରେ, ତିଥି ଅରମ୍ଭ ଓ ଶେଷ ଥିବା ସମୟ ନେଇ ଭିନ୍ନ ମତ ଥିବାରୁ ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କେହି କେହି ଦିନ ମଧ୍ୟରାତ୍ରି ଯାଏଁ ଚାଲିଥିବା ତିଥି ଅନୁଯାୟୀ ଗଣନା କରୁଛନ୍ତି, ଯେଉଁଥିରୁ ପରବ ପରବର୍ତ୍ତୀ ଦିନକୁ ଯାଉଛି। ଯାହା ବର୍ତମାନ ୨୦ ତାରିଖରେ ପାଳନ ହେବା ନେଇ ସ୍ପଷ୍ଟ ହୋଇଛି ।

 

Diwali2025  OdishaFestivals  PanjikaDebate  JagannathMandir

Related Articles

Back to top button