ଓଡ଼ିଶାରାଜନୀତି

ଯାତ୍ରା ‘ତୁଳସୀ’ ମାଲିକଙ୍କ ପାୱାର କାମ କଲାନି

ଭୁବନେଶ୍ୱର,ରାତିରେ ସିନା ଯାତ୍ରା ହୁଏ, ଏଠି ଖୋଦ୍ ଯାତ୍ରା ମାଲିକ ଦିନରେ ଯାତ୍ରା କରିଛନ୍ତି । ବିନା ମଞ୍ଚରେ… ବିନା କଳାକାରରେ… ରାଜ ରାସ୍ତାରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ ନୂଆ ନାଟକ କରିଛନ୍ତି ଆଉ ଦେଖିଛି ସାରା ଓଡ଼ିଶା । ବହିର ନାଁ ‘ନାଣ୍ଡୁଙ୍କୁ କଂଗ୍ରେସ ମନା’ ।  ଅଧାରେ ରହିଗଲା କି ନାଣ୍ଡୁଙ୍କ ନେତା ସ୍ବପ୍ନ ….

ଅନ୍ୟପଟେ ନିଜେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ନାଣ୍ଡୁ ଜଣେ କ୍ରିମିନାଲ । ଯଦିଓ ତାଙ୍କ ପାଇଁ ଆମ ଦଳର ଜଣେ ବିଧାୟକ କହିଥିଲେ ମୁଁ ତାକୁ ଅନୁଧ୍ୟାନ କରୁଛି । କିନ୍ତୁ ହଠାତ୍ କାହିଁକି ଆସି ଏମିତି କଲେ ତାହା ମୁଁ ଜାଣିନି ।
ନାଣ୍ଡୁଙ୍କ ନାଁରେ ରହିଥିଲା ଗଦା ଗଦା ଅଭିଯୋଗ । ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ହୁଅନ୍ତୁ କି ଯାତ୍ରା ଅଭିନେତ୍ରୀ ମନୋରମା ଦାସ ଓରଫ ପୂଜା । ଉଭୟ ନାଣ୍ଡୁଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିସାରିଛନ୍ତି । ଥାନାକୁ ବି ମାମଲା ଯାଇଛି ।  ବୁଧବାର ଅପରାହ୍ନ ସାଢେ ୧୨ଟା ବେଳେ କଂଗ୍ରେସ ଭବନ ଆଗରେ ଭିଡ଼ ଜମିଥିଲା । ହେଲେ କଂଗ୍ରେସ ଭବନରେ ତାଲା ପକାଇଦେଇଥିଲେ କର୍ମୀ ।

ମହାମିଶ୍ରଣ ପାଇଁ ସଜବାଜ ହୋଇ ବାଜା ବଜାଇ ଆସିଥିବା ନାଣ୍ଡୁ ବାବୁ ଶେଷରେ ଶିଶୁପାଳ ହୋଇ ଫେରିଥିଲେ । ଆଉ ଫେରିବା ବେଳେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଇଥିଲେ । କହିଥିଲେ, ତମେ ସବୁଦିନ ପିସିସି ସଭାପତି ନଥିବ ।
ମିଳିନଥିଲା ଅନୁମତି, ପିସିସି ସଭାପତି ବି ଦେଇନଥିଲେ ସମର୍ଥନ ।  ନାଣ୍ଡୁ ବାବୁ କିଭଳି ହଜାର ହଜାର ସମର୍ଥକୁ ନେଇ କଂଗ୍ରେସ ଭବନକୁ ଆସିଲେ …. ଆଉ କାହା ଅନୁମତି ନେଇ ତୁଲସୀ ଯାତ୍ରା ମାଲିକଙ୍କ ଏ ଡ୍ରାମା ତାକୁ ନେଇ ଏବେ ଛିଡ଼ା ହୋଇଛି ଅନେକ ପ୍ରଶ୍ନ ।

Related Articles

Back to top button