Breaking Newsଅନ୍ୟାନ୍ୟ
ରେଳପଥ ଉପରେ ପଡ଼ିଲା ପଥର।

ଭୁବନେଶ୍ୱର,ଆନ୍ଧ୍ର-ଓଡ଼ିଶା-ଛତିଶଗଡ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଳ କେକେ ରେଳପଥରେ ଘଟିଛି ଅଘଟଣ ।
ଭୋର ଚାରିଟା ସମୟରେ ଆନ୍ଧ୍ର ଚିମିଡିପାଲି ଓ ଟାୟାଡା ଷ୍ଟେସନ ମଧ୍ୟ ରେଳପଥ ଉପରେ ବିରାଟ ପଥର ଖସିପଡ଼ିଥିଲା ।
ପଥର ସହ ଧକ୍କା ହୋଇ ମାଲଗାଡ଼ି ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା।
ମାଲଗାଡିର ସମସ୍ତ ବଗି ଓ ଇଞ୍ଜିନକୁ ରେଳପଥରୁ ହଟାଇ ଆବଶ୍ୟକ ମରାମତି କରାଯାଉଛି । ଏହି ଟ୍ରାକରେ ଆଜି ଯିବାକୁ ଥିବା କିରନଦୂଲ୍-ବିଶାଖାପାଟଣା ଟ୍ରେନ ବାତିଲ କରାଯାଇଛି।
ମଧ୍ୟାହ୍ନ ସୁଦ୍ଧା ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ରେଲୱେ ତରଫରୁ ସୂଚନା ଦିଆଯାଇଛି ।