Breaking Newsକ୍ରୀଡ଼ା

ବିଶ୍ୱକପ କ୍ରିକେଟରେ ଅପୁର୍ବ ସଂଯୋଗ । ଯାହା ଘଟିଥିଲା ଅଷ୍ଟ୍ରେଲିଆ ପାଇଁ , ତାହା ଘଟିଛି ଚାଲିଛି ଭାରତ ପାଇଁ । ଦେଖନ୍ତୁ

କଡ ଲେଉଟେଇଲା ଇତିହାସ । କ୍ରିକେଟରେ ଅପୁର୍ବ ସଂଯୋଗ । ପୁଣି ଥରେ ସାମ୍ନାକୁ ଆସିଲା ୨୦ବର୍ଷ ତଳର ଘଟଣା । ୨୦୦୩ର କାହାଣୀର ହେଲା ପୁନରାବୃତି । ଯାହା ଘଟିଥିଲା ଅଷ୍ଟ୍ରେଲିଆ ପାଇଁ , ତାହା ଘଟିଛି ଚାଲିଛି ଭାରତ ପାଇଁ । ଆପଣ ଭାବୁଥିବେ ଯେ ଆମେ କେଉଁ ବିଷୟରେ କହୁଛୁ ।

ଏଠାରେ ଆପଣଙ୍କୁ ମନେଇପକାଇ ଦେଉଛୁ ଯେ, ୨୦୦୩ର ବିଶ୍ୱକପ ମହାକୁମ୍ଭର ଚିତ୍ର । ଯେଉଁ ସମୟରେ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ-ଇଣ୍ଡିଆ । ଆଉ ସେତେବେଳେ ଅଷ୍ଟ୍ରେଲିଆ ପାଇଁ ଯାହାସବୁ ଘଟିଥିଲା ତାହା ଏବେ ଅର୍ଥାତ ଚଳିତ ବିଶ୍ୱକପରେ ଭାରତ ସହିତ ସମାନ୍ତରଳ ଭାବରେ ଘଟିଛି । ତେବେ ଆସନ୍ତୁ ନଜର ପକାଇବା କଣ ଥିଲା ଇତିହାସ ।

୧-୨୦୦୩ ବିଶ୍ୱକପରେ କ୍ରମାଗତ ଭାବେ ୧୦ଥର ବିଜୟ ହାସଲ କରି ଫାଇନାଲରେ ପହଂଚିଥିଲା ଅଷ୍ଟ୍ରେଲିଆ ।

୨- ଲିଗ ଷ୍ଟେଜରେ ଅଷ୍ଟ୍ରେଲିଆ, ଇଣ୍ଡିଆକୁ ପରାସ୍ତ କରିଥିଲା

୩- ଇଣ୍ଡିଆ କ୍ରମାଗତ ୮ଥର ବିଜୟ ମୁକୁଟ ପିନ୍ଧିବା ପରେ ଫାଇନାଲରେ ପହଂଚିଥିଲା ।

ତେବେ ଏହି ସମାନ ଘଟଣା ବା ଚିତ୍ର ଏବେ ଘଟିଛି ୨୦୨୩ରେ । ତାହା ହେଉଛି
ପ୍ରଥମେ କ୍ରମାଗତ ୧୦ଥର ବିଜୟ ହାସଲ କରି ଫାଇନାଲରେ ପହଂଚିଛି ଭାରତ । ୨ୟରେ ଅଷ୍ଟ୍ରେଲିଆକୁ ଲିଗଷ୍ଟେଜରେ ପରାସ୍ତ କରିଛି ଇଣ୍ଡଆ ।

ଏବଂ ତୃତୀୟରେ କ୍ରମାଗତ ୮ଟି ମ୍ୟାଚ ଜିତି ଫାଇନାଲରେ ପଂହଚିଛି ଅଷ୍ଟ୍ରେଲିଆ । ଆଉ ପୁଣିଥରେ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ୨ ଶକ୍ତିଶାଳୀ ଦଳ । ତେବେ ଇତିହାସକୁ ଦେଖିଲେ ଏହା ସ୍ପଷ୍ଟ ଯେ ଏଥର ନିଶ୍ଚିତ କପ ଆଣିବ ଭାରତ ।

Related Articles

Back to top button
WP Twitter Auto Publish Powered By : XYZScripts.com