ଅନ୍ୟାନ୍ୟଐତିହ୍ୟ ଓ ସଂସ୍କୃତି

ପୁଣି ରେକର୍ଡ କରିବ ଅଯୋଧ୍ୟା ।

ଭୁବନେଶ୍ୱର,ଗିନିଜ ୱାର୍ଲଡ ରେକର୍ଡ ପାଇଁ ଅଯୋଧ୍ୟାରେ ଚାଲିଛି ପୁରା ପ୍ରସ୍ତୁତି ।ପୁଣି ରେକର୍ଡ କରିବ ଅଯୋଧ୍ୟା । ଆଜି ଠାରୁ ରାମଙ୍କ ନଗରୀରେ ଦୀପୋତ୍ସବ ପାଳନ କରାଯିବ ।ପ୍ରଭୁ ଶ୍ରୀରାମଙ୍କ ସହ ମାତା ସୀତା ଅଯୋଧ୍ୟାକୁ ଫେରିବା ପରେ ଯେପରି ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । ସେହିପରି ଏଠାରେ ପ୍ରତ୍ୟେକ ଲୋକ ଘରେ ଘରେ ଦୀପ ଜାଳି ଦୀପାବଳି ପାଳନ କରିବେ । ତେବେ ଚଳିତ ଥର ୨୬ ଲକ୍ଷ ରୁ ଅଧିକ ଦୀପଜାଳି ପୁଣି ଗିନିଜ ରେକର୍ଡ ହାସଲ କରିବା ପାଇଁ ଯୋଜନା କରାଯାଉଛି ।

୨୬ ଲକ୍ଷ ୧୧ ହଜାର ୧୦୧ ଟି ଦୀପ ଲଗାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।ଭବିଷ୍ୟତରେ ଅଯୋଧ୍ୟାକୁ ବିଶ୍ୱ ସ୍ତରରେ ପରିଚିତ କରାଇବା ସହ ଟୁରିଜିମ ପାଇଁ ବାଟ ଖୋଲିବ ବୋଲି କୁହାଯାଉଛି । ଯଦି ଗତବର୍ଷ କଥା ଦେଖିବା ୨୦୨୪ରେ ୧୦ ହଜାର ପିଲାଙ୍କ ଦ୍ୱାରା ୨୬ ଲକ୍ଷ ଦୀପ ଲଗାଯାଇଥିଲା । ମାତ୍ର ଚଳିତ ଥର ଏହାର ମାତ୍ରା ସାମାନ୍ୟ ଅଧିକ ରହିବ ବୋଲି, ଯାହାକି ଗତବର୍ଷର ରେକର୍ଡକୁ ପଛରେ ପକାଇବ ।

ଏଥିରେ ଦୀପ ଜାଳିବା ପାଇଁ ଚୟନ ହୋଇଥିବା ପ୍ରତିଟି ପିଲାଙ୍କୁ ଟ୍ରାକ କରିବା ପାଇଁ ଛଜ କୋଡ୍ ସ୍କାନିଂବ୍ୟବସ୍ଥା ରଖାଯାଇଛି । ତେବେ ଏହି ସମୟର ଦୃଶ୍ୟ ଆକାଶରୁ ମନମୋହିବ ବୋଲି କୁହାଯାଉଛି ।

Related Articles

Back to top button