ଅନ୍ୟାନ୍ୟଜୀବନଶୈଳୀ

LPG ର ମୂଲ୍ୟ ଦିନକୁ ଦିନ ବଢୁଛି

ଭୁବନେଶ୍ୱର,ଅନେକ ଲୋକ ଗ୍ୟାସ କିଣିବା ପାଇଁ ସଂଘର୍ଷ କରୁଛନ୍ତି! ଗୋଟିଏ ଗ୍ୟାସ୍ ମଧ୍ୟ ପୁରା ମାସ ପର୍ଯ୍ୟନ୍ତ ରହେ ନାହିଁ! କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଗୋଟିଏ ଛୋଟ ଭୁଲ ହେତୁ ରନ୍ଧା ଗ୍ୟାସ୍ ଶୀଘ୍ର ଶେଷ ହୋଇଯାଏ!

ଯଦି ଆପଣ ଏହି କିଛି ନିୟମ ଅନୁସରଣ କରନ୍ତି ତେବେ ରନ୍ଧା ଗ୍ୟାସ୍ ଦୁଇମାସ ପର୍ଯ୍ୟନ୍ତ ରହିବ,ଯଦି ଆପଣ ନାଲି, ହଳଦିଆ କିମ୍ବା କମଳା ରଙ୍ଗର ନିଆଁ ଦେଖନ୍ତି, ତେବେ ଆପଣ ଜାଣିଥିବେ ଯେ ଗ୍ୟାସ୍ ସଠିକ୍ ଭାବରେ ଜଳୁନାହିଁ । ବର୍ଣ୍ଣର ମଇଳା ହେଲେ ଏପରି ହୁଏ । ଆପଣ ଗୋଟିଏ କପଡାକୁ ଉଷୁମ ପାଣିରେ ଭିଜାଇ ବର୍ଣ୍ଣରକୁ ସ୍କ୍ରବ୍ କରିପାରିବେ ।

 ଯଦି ଆବଶ୍ୟକ ହୁଏ, ପ୍ରେସର କୁକରରେ ପନିପରିବାଗୁଡିକୁ ସିଝାଇ ଦିଅନ୍ତୁ! ତା’ପରେ ରାନ୍ଧନ୍ତୁ ।ପାତ୍ରକୁ ଆଚ୍ଛାଦନ କରି ରାନ୍ଧିବାକୁ ଚେଷ୍ଟା କରନ୍ତୁ । ଗ୍ୟାସ୍ ସଞ୍ଚୟ କରିବା ପାଇଁ ଢାଙ୍କୁଣି ଘୋଡ଼ାଇ ଖାଦ୍ୟ ରାନ୍ଧିବା ଆବଶ୍ୟକ। ଏପରି ରାନ୍ଧିବା ଦ୍ୱାରା ଅନେକ ଗ୍ୟାସ୍ ସଞ୍ଚୟ ହୁଏ ।

 ଯଦି ମସଲା ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ପନିପରିବା କାଟିବା ପର୍ଯ୍ୟନ୍ତ ସବୁକିଛି ଆଗରୁ କରିଥିବେ, ତେବେ ଉଭୟ ସମୟ ଓ ଗ୍ୟାସ୍ ସଞ୍ଚୟ ହୋଇଥାଏ । ଯଦି ଆପଣ ଏପରି କିଛି ନିୟମ ଅନୁସରଣ କରନ୍ତି ତେବେ ଗ୍ୟାସ୍ ଗୋଟିଏ ମାସ ପରିବର୍ତ୍ତେ ଦୁଇମାସ ପର୍ଯ୍ୟନ୍ତ ରହିବ।

Related Articles

Back to top button