
ଭୁବନେଶ୍ୱର,ଶୀତ ଦିନେ ପ୍ରାୟ ସମସ୍ତଙ୍କୁ ଥଣ୍ଡା ହେଉଥିବା ଦେଖିବାକୁ ମିଳେ । ଗଳା ବା କଣ୍ଠ ଜନିତ ସଂକ୍ରମଣ ଅଧିକାଂଶଙ୍କ କ୍ଷେତ୍ରରେ ଦେଖାଯାଏ । ଏଥିରୁ ଉପଶମ ପାଇଁ ଏଲୋପାଥିକ ଔଷଧ ଖାଇଥାଉ । ମାତ୍ର ଏସବୁ ରୋଗରୁ ମୁକ୍ତି ପାଇଁ ଏଲୋପାଥିକ ଅପେକ୍ଷା ଅଧିକ ଉପଶମ ମିଳିଥାଏ ଘରୋଇ ତଥା ଆୟୁର୍ବେଦିକ ଚିକିତ୍ସାରେ । ଆସନ୍ତୁ ଜାଣିବା କିପରି କରିବା ଏହି ସମସ୍ୟାର କେଉଁ ଭଳି ହୁଏ ଚିକିତ୍ସା ।
ଗଳା ଫୁଲିବା,ଖାଦ୍ୟ ଗିଳିବାରେ ସମସ୍ୟା କିମ୍ବା ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇଥାଏ ତେବେ ଗଳାରେ ଯଦି ସାମାନ୍ୟ ଯନ୍ତ୍ରଣା ଅନୁଭୂତ ହେଉଥାଏ ଏହାକୁ ଅବହେଳା କରିବା ଆଦୌ ଠିକ୍ ନୁହେଁ । ଖାସ୍ କରି ସ୍କୁଲ ପଢୁଆ ପିଲା ଏବଂ ଯୁବପିଢ଼ି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।
ଗଳା ସଂକ୍ରମଣ ଷ୍ଟ୍ରେପଟୋକୋକାଲ ବ୍ୟାକ୍ଟେରିଆ ଦ୍ଵାରା ସୃଷ୍ଟି ହୋଇଯାଏ, ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍ କୁହାଯାଏ । ଏହାକୁ ମଧ୍ୟ ଷ୍ଟ୍ରେପଟୋକୋକାଲ ଫାରେନଜିଟିସ୍ କୁହାଯାଏ । ଏହାଦ୍ଵାରା ଗଳା, ଲସିକା ଗ୍ରନ୍ଥି ଓ ଟନସିଲ ଆଦି ଫୁଲିଯାଇ ଦରଜ ହୋଇଥାଏ । ଅନେକ ସମୟରେ ଗଳା ସଂକ୍ରମଣ ପ୍ରତି ଏତେଟା ନଜର ରହେନି ଏବଂ ଚିକିତ୍ସାରେ ବିଳମ୍ବ ହୋଇଯାଏ …..
-ଗଳା ସଂକ୍ରମଣ ସମସ୍ୟାରେ ଅମୋଘ ପଥି ହେଉଛି ପୁରୁଣା ଗୁଆ ଘିଅ । ପୁରୁଣା ଘିଅ ଓ ପୁରୁଣା ଗୁଡ଼ ସହିତ ଅନ୍ନ ଭୋଜନ କରି ଉଷୁମ ପାଣି ପିଅନ୍ତୁ । ହାତ ସବୁବେଳେ ସଫା ରଖନ୍ତୁ
-ଛିଙ୍କ ଏବଂ କାଶ ସମୟରେ ପାଟିରେ ରୁମାଲ୍ ରଖନ୍ତୁ….-ମସଲା ଏବଂ ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁନି
-ନିୟମିତ ଭାବେ ଗାର୍ଗଲ୍ କରନ୍ତୁ




