ଅନ୍ତର୍ଜାତୀୟକ୍ରୀଡ଼ା

ରୋହନ ବୋପାନ୍ନା ଆଜି ଅବସର ଘୋଷଣା କରିଛନ୍ତି।

  ଭୁବନେଶ୍ୱର,ଭାରତର ଅନ୍ୟତମ ସଫଳ ଟେନିସ ଖେଳାଳି ଭାବେ ବୋପାନ୍ନା ବେଶ ପରିଚିତ।ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପାନ୍ନା ୨୦ ବର୍ଷ ଧରି ଭାରତ ପାଇଁ ଖେଳି ଆସୁଥିଲେ।ଆଜି ଅବସର ଘୋଷଣା କରିଛନ୍ତି।  ବୋପାନ୍ନାଙ୍କ ଅବସର ସହ,ଦୀର୍ଘ ୨ ଦଶନ୍ଧି ଧରି ଟେନିସ ସହ ଜଡ଼ିତ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ପ୍ୟାରିସ ମାଷ୍ଟର ୧୦୦୦ରେ ବୋପାନ୍ନାଙ୍କୁ ଦେଖିବାକୁ ମିଳିଥିଲା। ଏଠାରେ ସେ ଆଲେକ୍ସଜାଣ୍ଡର ବୁବଲିକଙ୍କୁ ସାଥୀ କରି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। କିନ୍ତୁ ରାଉଣ୍ଡ ୩୨ରୁ ହିଁ ଉଭୟଙ୍କୁ ବାହାରର ରାସ୍ତା ଦେଖିବାକୁ ପଡ଼ିଥିଲା।

୫-୭,୬-୨ ଓ ୧୦-୮ରେ ଉଭୟ ଜନ ପୀର୍ସ ଓ ଜେମ୍ସ ଟ୍ରାସୀଙ୍କ ଠାରୁ ହାରି ଯାଇଥିଲେ।ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସେ ନିଜର ଛାପ ଛାଡ଼ିଛନ୍ତି। ୪୫ ବର୍ଷୀୟ ବୋପାନ୍ନା ୨୦୧୭ରେ ଗାବ୍ରିଲା ଡାବ୍ରୋୱସ୍କିଙ୍କୁ ସାଥୀ କରି ପ୍ରେଞ୍ଚ ଓପନର ମିକ୍ସଡ ଡବଲ୍ସ ଇଭେଣ୍ଟ ଜିତି ପାରିଥିଲେ। ଭାରତ ପାଇଁ ସେ ଡାଭିସ କପ ଓ ଅଲିମ୍ପିକ୍ସରେ ଖେଳିଥିଲେ।

Related Articles

Back to top button