Featuredଅନ୍ତର୍ଜାତୀୟ

ଇରାନରେ ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ

ଇରାନରେ ଡ୍ରୋନ୍ ଷ୍ଟ୍ରାଇକ୍ । ଇସ୍ପହାନ, ହମାଦାନ, ତେହରାନ, ଅଜାରସହର, ଡେଜଫୁଲ, ଖୋୟ ସହରରେ ବିଳମ୍ବିତ ରାତିରେ ହୋଇଛି ଡ୍ରୋନ୍ ଷ୍ଟ୍ରାଇକ । ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ସମଗ୍ର ଅଞ୍ଚଳ ଥରି ଉଠିଛି । ଇରାନର ଷ୍ଟେଟ ଆଇଆରଆଇବି ନିଜର ସରକାରୀ ୱେବସାଇଟରେ ଡ୍ରୋନ୍ ଷ୍ଟ୍ରାଇକ୍ ବାବଦରେ ସୂଚନା ଦେଇଛି । ଏଥିରେ କିନ୍ତୁ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ଏହି ଡ୍ରୋନ୍ ଷ୍ଟ୍ରାଇକ ଜରିଆରେ କ୍ଷେପଣାସ୍ତ୍ର ଘାଟି, ଗୋଳାବାରୁଦ ତିଆରି କାରଖାନା, କାର ଅଏଲ ରିଫାଇନାରୀ ଇତ୍ୟାଦି ଉପରେ ହମଲା ହୋଇଥିବା ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ହେଲେ ଏହି ଆକ୍ରମଣକୁ ଏକ ବିଫଳ ଆକ୍ରମଣ ବୋଲି ଇରାନ ସରକାର କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com