ଜୀବନଶୈଳୀବାଣିଜ୍ୟ

ମହୁଲ ଫୁଲ ଓ ସଜନା ପତ୍ରରୁ ଲକ୍ଷଲକ୍ଷ ଟଙ୍କା ଆୟ

ଭୁବନେଶ୍ୱର,ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍‌ ମହୁଲପାଲି ଗ୍ରାମର  ସନ୍ତୋଷିନୀ ଚିତା,ସୁସ୍ମିତା ନାଏକ, ଓ ତାଙ୍କ ଦଳ। ମହୁଲକୁ ମଦଭାଟି ପଠାଇବା ପରିବର୍ତ୍ତେ, ଘରେ ସାଇତି ସେଥିରୁ ସୁସ୍ବାଦୁ ବିସ୍କୁଟ୍‌, କେକ୍ ଓ ଲଡ଼ୁ ତିଆରି କରୁଛନ୍ତି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସେମାନଙ୍କୁ ବାଟ ଦେଖାଇଛି। ମହୁଲକୁ କିପରି ଖାଦ୍ୟ ରୂ‌ପେ ବ୍ୟବହାର କରାଯାଇପାରିବ, ସେ ନେଇ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପରୀକ୍ଷାନିରୀକ୍ଷା କରିବା ପରେ ଏହି ଯୋଜନା ହାତକୁ ନେଇଥିଲା।

ପ୍ରଥମେ ମହୁଲପାଲି ଗାଁର ମହିଳାମାନେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଯାଇ ସେଠାରେ ମହୁଲରୁ କିଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରାଯାଇପାରିବ ତାଲିମ ନେଇଥିଲେ। ପରେ ମହୁଲରୁ କେକ୍, ବିସ୍କୁଟ୍‌ ଓ ଲଡୁ ତିଆରି କଲେ। ଏହା ବେଶ ପୁଷ୍ଟିକର ଓ ସ୍ୱାଦିଷ୍ଟ ହୋଇଥିବାରୁ ଲୋକେ ମାଣ୍ଡିଆ ଭଳି ଏହାକୁ ପସନ୍ଦ କରୁଛନ୍ତି। ମହୁଲପାଲି ଗାଁର ଏହି ମହିଳାମାନେ ସଜନା ପତ୍ରରୁ ଚାହା ଓ ଲଡୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଯାହା ବେଶ୍ ଆଦୃତ ହୋଇପାରିଛି।

ମହୁଲ ଫୁଲ ଓ ସଜନାପତ୍ରରୁ ପ୍ରସ୍ତୁତ ଖାଦ୍ୟକୁ ବିଭିନ୍ନ ଖାଦ୍ୟ ମେଳାରେ ବିକ୍ରି କରିବା ସହ ସ୍ଥାନୀୟ ଲୋକଙ୍କ ବରାଦ ଅନୁସାରେ ମଧ୍ୟ ତିଆରି କରି ଯୋଗାଇ ଦେଉଛନ୍ତି। ଏହି ଅଞ୍ଚଳରେ ପ୍ରଚୁର ମହୁଲ ଫୁଲ ସଂଗ୍ରହ ହୁଏ। ପୂର୍ବରୁ ଏହାକୁ ମଦ ତିଆରି ପାଇଁ ବିକ୍ରି କରାଯାଉଥିଲା। ଏବେ ତାହା ବନ୍ଦ ହୋଇଯାଇଛି। ମଦଭାଟି ଯେତିକି ଦେଉଥିଲା ତା’ଠାରୁ  ଅଧିକ ରୋଜଗାର ହେଉଛି। ମହୁଲ ଫୁଲ ଓ ସଜନା ପତ୍ରରୁ ଲକ୍ଷଲକ୍ଷ ଟଙ୍କା ଆୟ ହେଉଥିବା କହିଛନ୍ତି ସୁସ୍ମିତା। ଏବେ ମହୁଲପାଲିରୁ ଅନ୍ୟ ଗାଁ’ର ମହିଳାମାନେ ମଧ୍ୟ ତାଲିମ ନେଇ ରୋଜଗାର କରୁଛନ୍ତି।

Related Articles

Back to top button