ବାଣିଜ୍ୟ

ଦୁବାଇରେ ବି ଦବ୍‌ଦବା ଦେଖାଇଲେ ମୁକେଶ ଅମ୍ବାନୀ, ସାନପୁଅ ପାଇଁ କିଣିଲେ ସବୁଠୁ ଦାମୀ ଘର

ଦୁବାଇ,  ୨୯/୦୮/୨୦୨୨ – ପୁଣି ଏକ ନୂଆ ରେକର୍ଡ କଲେ ମୁକେଶ ଅମ୍ବାନୀ । ଏହାକୁ ଆମେ ରେକର୍ଡ ନକହି ଇତିହାସ ରଚିଲେ ବୋଲି  କହିପାରିବା।   କାରଣ ସେ ଏହି ଦେଶର ଜଣେ ବଡ଼ ଧନୀ ହେବା ସହ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌ର ମାଲିକ ।ତେବେ ମୁକେଶ ଅମ୍ବାନୀ ଏବେ ଯେଉଁ ନୂଆ     ଇତିହାସ ରଚିଛନ୍ତି, ତାହା ଶୁଣିଲେ କିଛି ଲୋକ ଆଶ୍ଚର୍ଯ୍ୟ ହେବେ ।  ମୁକେଶ ଅମ୍ବାନୀ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ଏକ ଉପହାର ଦେଇଛନ୍ତି । ଆଉ ତାହା ହେଉଛି ଦୁବାଇର ସବୁଠାରୁ ଦାମୀ  ଘର ।ଏହି ଘରେ ୧୦ଟି ବେଡ୍‌ ରୁମ୍‌, ପ୍ରାଇଭେଟ୍ ସ୍ପା, ଇନଡୋର ଏବଂ ଆଉଟଡୋର ​​ପୁଲ ସହିତ ଅନେକ ବିଳାସପୂର୍ଣ୍ଣ ସୁବିଧା ରହିଛି । କୁହାଯାଉଛି ଯେ ଏହି ଘର ବ୍ରିଟିଶ ଫୁଟବଲର୍ ଡେଭିଡ ବେକହମ ଏବଂ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଘର ପାଖରେ ରହିଛି । ଅମ୍ବାନୀ ଏବେ ସେମାନଙ୍କର ନୂଆ ପଡ଼େଶୀ ହେବେ । ଏହି ଘର ପାଇଁ ହୋଇଥିବା ଡିଲ ଏବେ ପବ୍ଲିକ୍‌ ଡୋମେନ୍‌ରେ ମଧ୍ୟ ଉପଲବ୍ଧ ।  ବର୍ତ୍ତମାନ ସମୟରେ ଏହି ଘର ସବୁଠାରୁ ମହଙ୍ଗା ଘର ବୋଲି କୁହାଯାଉଛି । ଏମିତିକି ଏହି ଡିଲ ମଧ୍ୟ ସବୁଠୁ ବଡ଼ ଡିଲ । ଏହାର ମୂଲ୍ୟ ୬୪୦ କୋଟି । ବ୍ଲୁମବର୍ଗ ନିଜ ରିପୋର୍ଟରେ କହିଛି ଯେ, ପାମ୍‌ ଜୁମେରାହରେ ଥିବା ଏହି ସମ୍ପତ୍ତିକୁ ମୁକେଶ ଅମ୍ବାନୀ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପାଇଁ ଚଳିତ ବର୍ଷ ଆରମ୍ଭରେ ୮୦ ମିଲିୟନ୍ ଡଲାରରେ କିଣିଛନ୍ତି ।                                                                                                                          , ଏହା ପୂର୍ବରୁ ‘ରିଲାଏନ୍ସ’ ବ୍ରିଟେନରେ ‘ଷ୍ଟୋକ୍ ପାର୍କ ଲିମିଟେଡ୍’ କିଣିବା ପାଇଁ ୭୯ ମିଲିୟନ୍ ଡଲାର୍ ଖର୍ଚ୍ଚ କରିଥିଲା । ଏହାକୁ ବଡ ପୁଅ ଆକାଶ ଅମ୍ବାନୀଙ୍କ ପାଇଁ ମୁକେଶ ଅମ୍ବାନୀ କିଣିଥିଲେ । ତେବେ ଅମ୍ବାନୀଙ୍କ ପୁରା ପରିବାର ମୁମ୍ବାଇରେ ରହୁଛନ୍ତି । ୨୭ ମହଲା ବିଶିଷ୍ଟ କୋଠା ଆଣ୍ଟିଲିଆରେ ଅମ୍ବାନୀଙ୍କ ପୁରା ପରିବାର ରହୁଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com