
ଭୁବନେଶ୍ୱର ,ଗତକାଲି ପ୍ରକାଶ ପାଇଥିଲା ମାଟ୍ରିକ ବୋର୍ଡ଼ ପରୀକ୍ଷା ବିଜ୍ଞପ୍ତି । ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ରେଗୁଲାର ଓ ଏକ୍ସରେଗୁଲାର ଫର୍ମ ପୂରଣ କରାଯିବ । ” Form fill up”ଆଜିଠୁ ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। form ପୂରଣ ପାଇଁ ,ୱେବସାଇଟ ମାଧ୍ଯମରେ ସମସ୍ତ ତଥ୍ୟ ଜାଣିପାରିବେ ଛାତ୍ରଛାତ୍ରୀ ….
ତେବେ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ବାରା ଅନଲାଇନରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ।ୱେବସାଇଟ www.bseodisha.ac.inରେ ସମସ୍ତ ତଥ୍ୟ ଉପଲବ୍ଧ ଅଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅଫଲାଇନରେ ଫର୍ମଫିଲଅପ କରିବାର ମଧ୍ୟ ବ୍ୟବସ୍ଥା ରହିଛି ।ଏଥିପାଇଁ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ମଧ୍ୟ ଫର୍ମଫିଲ ଅପ କରାଯାଇପାରିବ। ଏହି ସମୟ ମଧ୍ୟରେ ପତ୍ର ବିନିମୟ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀବି ପରୀକ୍ଷା ପାଇଁ ଫର୍ମ ଫିଲଅପ କରିପାରିବେ।




