ଅନ୍ୟାନ୍ୟସ୍ୱାସ୍ଥ୍ୟ

ଡାଏଟରେ ଏହି ସବୁ ଖାଦ୍ୟ ସାମିଲ କରନ୍ତୁ ।

 ଭୁବନେଶ୍ୱର ,ବୟସ ବଢ଼ିବା ସହ ମୁହଁର ଚମକ କମି କମି ଯାଏ । ମୁହଁରେ ଫାଇନ ଲାଇନ୍ସ ଦେଖିବାକୁ ମିଳେ । ଏଥିରୁ ବଞ୍ଚିବା ପାଇଁ ଅନେକ ଲୋକ ଦାମୀ କ୍ରିମ୍ ଲଗାଇବା ସହ ଟ୍ରିଟମେଣ୍ଟ ନିଅନ୍ତି ।

କିନ୍ତୁ ମୁହଁରେ ଚମକ ସେତେବେଳେ ଆସେ ଯେତେବେଳେ ଆପଣଙ୍କ ଡାଏଟ ଭଲ ରହିଥାଏ ।ଯଦି ଆପଣ ଚାହୁଛନ୍ତି ଆପଣଙ୍କ ସ୍କିନ ଲମ୍ବା ସମୟ ଧରି ଭଲ ରହୁ,ତେବେ ଆପଣ ନିଜର ଡାଏଟରେ ଏହି ସବୁ ଖାଦ୍ୟ ସାମିଲ କରନ୍ତୁ ।ଦେଶୀ ଘିଅ,ଶରୀରକୁ ହେଲଦି ରଖିଥାଏ ।

ସ୍କିନର ବି ଧ୍ୟାନ ରଖିଥାଏ । ଶରୀରକୁ ଭିଟାମିନ ଏ ଓ ଇ ଭଳି ସ୍କିନ ଫ୍ରେଣ୍ଡଲି ନ୍ୟୁଟ୍ରିଏଣ୍ଟସକୁ ଭଲ ଭାବରେ ନେବାରେ ସାହାଯ୍ୟ କରେ । ଘିଅ ଶରୀରରେ କୋଲେଜନକୁ ବୃଦ୍ଧି କରିଥାଏ । କୋଲେଜନ ସ୍କିନକୁ ଟାଇଟ ରଖିଥାଏ ।ଅଳାଁରେ, ଭିଟାମିନ ସି ଭରପୁର ମାତ୍ରାରେ ଥାଏ । ଯାହାକି କୋଲେଜନ ତିଆରିରେ ଜରୁରି ଅଟେ । ଆପଣଙ୍କ ଶରୀରରେ କୋଲେଜନ ଯେତେ ଅଧିକ ମଜବୁତ ହେବ ଫାଇନ ଲାଇନ୍ସ ମୁହଁରେ ସେତେ କମ ଆସିବ । ଜୁସ ନହେଲେ ଚଟଣି ବନାଇ ଅଳାଁ ଖାଇପାରିବେ ।

କନ୍ଦମୂଳରେ, ବହୁ ପରିମାଣରେ ବିଟା କେରୋଟିନ ଥାଏ । ଯାହା ଶରୀରକୁ ଯାଇ ଭିଟାମିନ ଏ ରେ ପରିଣତ ହୋଇଥାଏ । ଭିଟାମିନ ଏ ସ୍କିନ୍ ତିଆରିରେ ସାହାଯ୍ୟ କରେ । ଚର୍ମକୁ ନରମ ଓ ଚମକଦାର କରେ । କନ୍ଦମୂଳ ଖାଇବା ଦ୍ବାରା ମୁହଁରେ ଫାଇନ ଲାଇନ୍ସ ଆସିନଥାଏ ।

Related Articles

Back to top button