
ଭୁବନେଶ୍ୱର , ଛୋଟ ଛୋଟ ଛୁଆଙ୍କୁ କାମ କରାଇବା ଅପରାଧ ।କିନ୍ତୁ ସ୍କୁଲ ଭିତରେ ପାଠପଢା ସମୟରେ, ଶିକ୍ଷକ ଛାତ୍ରଙ୍କ ଦ୍ୱାରା ପାଇଖାନା ସଫା କରାଇବା କେତେ ଦୂର ଠିକ୍….ସାର୍ ଆରାମରେ ବୁଲୁଥିବାବେଳେ ପିଲାଏ ଲାଗିଛନ୍ତି କାମରେ ।ଯେଉଁ ହାତରେ ପେନସିଲ୍ ଧରି ଖାତାରେ ଅଭ୍ୟାସ କରିବା କଥା ସେଇ ହାତ ବୋହୁଛି ପାଣି ବାଲଟି । ଏମିତିକି ଛାତ୍ରମାନେ ପାଳି କରି ସ୍କୁଲ ପାଇଖାନା ସଫା କରୁଥିବା ଭାଇରାଲ ଭିଡିଓରେ କହୁଥିବାର ଶୁଣାଯାଉଛି ।
ସ୍କୁଲରେ ପାଇଖାନା ସଫା କରୁଛନ୍ତି ପିଲା । ସାର୍ ବୁଲୁଛନ୍ତି ଆରାମରେ, ପାଠପଢା ଛାଡି ପିଲାଏ ଲାଗିଛନ୍ତି କାମରେ ।କ’ଣ ଏଇ କାମ କରାଇବାକୁ ସ୍କୁଲ ପଠାଉଛନ୍ତି ବାପାମାଆ ! ଏସବୁ ଦେଖିବା ଓ ଦେଖାଇବା ଟିକିଏ ଅସହଜ । ଏ ଅଭାବନୀୟ ଦୃଶ୍ୟ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଳପ ଉନ୍ନୀତ ଉଚ୍ଚ ବିଦ୍ୟାଳୟର, ଯାହା ଏବେ ଭାଇରାଲ୍ ହେଉଛି । ତେବେ ସ୍କୁଲରେ କୁନି କୁନି ପିଲାଙ୍କ ପ୍ରତି ଏମିତି ନିର୍ଯାତନା ଘଟଣାରେ ପ୍ରଶାସନିକ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତା ଦେଖିବା ବାକି ରହିଲା ।




