ଅନ୍ୟାନ୍ୟଓଡ଼ିଶା

୧୫ ଡିଗ୍ରୀ ତଳେ କଟକ ଓ ଭୁବନେଶ୍ବର

 ଭୁବନେଶ୍ୱର ,   ୧୦ ଟି ସହରରେ, ୧୨ ଡ଼ିଗ୍ରୀ ତଳେ ରହିଛି ପାରଦ ।ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି । ଚଳିତବର୍ଷ ପ୍ରଥମ ଥର ପାଇଁ, ରାଜ୍ୟରେ ୬ ଡିଗ୍ରୀକୁ ଖସିଲା ପାରଦ। ଗତକାଲି ସେମିଳିଗୁଡାଠାରେ ୬.୩ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିଲା।

୮.୨ ଡିଗ୍ରୀ ଶୀତରେ ଥରୁଛି ଫୁଲୁବାଣୀ । ୧୫ ଡିଗ୍ରୀ ତଳେ ରେକର୍ଡ ହୋଇଛି ଟୁଇନସିଟି ଭୁବନେଶ୍ବର ଓ କଟକର ତାପମାତ୍ରା ।

ଉଭୟ ସହରରେ ୧୪.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ରହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ କୋରାପୁଟ ଲମତାପୁଟ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ହାଡ ଭଙ୍ଗା ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି।ବିଶେଷ କରି ମୌସୁମୀ ଫେରିଗଲା ପରେ ବିଳମ୍ବରେ ଲମତାପୁଟକୁ ଶୀତ ଆସିଛି। ଚାରି ଦିନ ହେଲା ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି ।

Related Articles

Back to top button