
ଭୁବନେଶ୍ୱର , ଶ୍ରମିକମାନେ ବାର୍ଷିକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ପାଇବେ। ସରଳ ଓ ସୁଗମ ହେବ ଶ୍ରମ ଆଇନ। ଏଣିକି ସ୍ଥିର- ଅବଧି କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ପ୍ରକାରର ସମାନ ସୁବିଧା ମିଳିବ।
ପାଞ୍ଚ ବର୍ଷ ବଦଳରେ ମାତ୍ର ଗୋଟିଏ ବର୍ଷ ପରେ, ଗ୍ରାଚ୍ୟୁଇଟି ପାଇଁ ଯୋଗ୍ୟ ହୋଇପାରିବେ। ସ୍ଥାୟୀ କର୍ମଚାରୀଙ୍କ ଭଳି ସେମାନଙ୍କୁ ସମାନ ଦରମା, ଆୟ ବୃଦ୍ଧି ଏବଂ ସୁରକ୍ଷା ମିଳିବ। ଶିଳ୍ପ ସମ୍ପର୍କ ସଂହିତା-୨୦୨୦, ସାମାଜିକ ସୁରକ୍ଷା ସଂହିତା-୨୦୨୦ ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା-୨୦୨୦ – କାର୍ଯ୍ୟକାରୀ ହୋଇଛି।
ଆଧାର-ଲିଙ୍କ୍ ହୋଇଥିବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ମାଧ୍ୟମରେ କଲ୍ୟାଣମୂଳକ ଲାଭଗୁଡ଼ିକ ସହଜରେ ମିଳିଯିବ। ସମାନ କାମ ପାଇଁ ସମାନ ଦରମା ସୁନିଶ୍ଚିତ କରାଯିବ।
ମହିଳାମାନଙ୍କୁ ରାତି ଶିଫ୍ଟରେ ଏବଂ ସମସ୍ତ ପ୍ରକାରର କାମ କରିବା ପାଇଁ ଅନୁମତି ଦିଆଯାଇଛି। ଅଭିଯୋଗ ସମାଧାନ କମିଟିରେ ମହିଳା ପ୍ରତିନିଧିତ୍ୱ ବାଧ୍ୟତାମୂଳକ ହୋଇଛି ।




