ଅନ୍ୟାନ୍ୟଐତିହ୍ୟ ଓ ସଂସ୍କୃତି
ଧ୍ବଜାରେ ରହିଛି ରାମଙ୍କ ପ୍ରତୀକ

ଭୁବନେଶ୍ୱର ,ଆଜି ରାମମନ୍ଦିରରେ ହେବ ଧ୍ବଜାରୋହଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧ୍ବଜା ଉଦଘାଟନ କରିବେ।
ରାମମନ୍ଦିର ସମେତ ଅନ୍ୟ ପାର୍ଶ୍ବ ମନ୍ଦିରରେ ବି ଧ୍ବଜାରୋହଣ କରାଯିବ।ଏଥିପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ। ସହରକୁ ବିଭିନ୍ନ ଫୁଲ ଓ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ଦିର ଓ ପୁରା ପରିକ୍ରମା ପ୍ରକଳ୍ପକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଅହମ୍ମଦାବାଦରେ ତିଆରି ହୋଇଛି ଏହି ଧ୍ବଜା। ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ବଜା ସ୍ଥାପନ ହେବ।
ଧ୍ବଜା ର ଓଜନ, ପ୍ରାୟ ୧୧ କେଜି। ଧ୍ବଜାରେ ରହିଛି ରାମଙ୍କ ପ୍ରତୀକ। ୩ଟି ଲେୟାର ଫେବ୍ରିକରେ ଏହି ଧ୍ବଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ଲାଗିଛି।। ଝଲସୁଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି।




